ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ଜଣେ ପୂର୍ବତନ ଯୋଗାଣ ଅଧିକାରୀ ସିଏଚ୍. ଶ୍ୟାମ ସୁନ୍ଦର ପାତ୍ର ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଉକ୍ତ ମାମଲାର ବିଚାରଣା କରି ଆଜି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଏଥିରେ ଆବଶ୍ୟକ ସାକ୍ଷ୍ୟପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ସଶ୍ରମ କାରାଦଣ୍ଡ, ୧୦ହଜାର ଟଙ୍କା ଜରିମାନା ଏହା ଅନାଦେୟ ହେଲେ ଅଧିକ ୧ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
ସୂଚନା ମୁତାବକ, ୨୦୦୮ମସିହାରେ ଶ୍ୟାମ ସୁନ୍ଦର ପାତ୍ର ରା.ଉଦୟଗିରି ବ୍ଲକର ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆଧାରରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସେହିବର୍ଷ ଜୁଲାଇ ୧୬ରେ ଶ୍ୟାମସୁନ୍ଦରଙ୍କ ବ୍ରହ୍ମପୁର ସ୍ଥିତ ନିଜସ୍ବ ଘର ଏବଂ ରା.ଉଦୟଗିରି ସ୍ଥିତ ସରକାରୀ କ୍ବାର୍ଟରରେ ଏକ ସଂଗେ ଚଢ଼ଉ କରାଯାଇଥିଲା। ୧୪,୬୧,୨୦୯. ୬୩ଟଙ୍କାର ସମ୍ପତ୍ତି ହିସାବ ସେ ଦେଇ ପାରିନଥିଲେ। ଫଳରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ହୋଇଥିଲା। ୨୫ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/arrest-1.jpg)