ଝରିଗାଁ: ଠାକୁରଙ୍କ ଧନ ସଂପତ୍ତି ଉପରେ ଦୁର୍ବୃତ୍ତମାନେ ନଜର ପକାଇଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁସ୍ଥିତ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଏଥିରୁ ଲକ୍ଷାଧିକ ଟଙ୍କା ସହ ସୁନା ଚୋରି ନେଇ ଅଭିଯୋଗ ହୋଇଛି।
ସୂଚନା ପ୍ରକାରେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜଗନ୍ନାଥ ମନ୍ଦିରର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ପରେ ମନ୍ଦିର ଭିତରରେ ଥିବା ଦାନ ହୁଣ୍ଡିରୁ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ଏବଂ ସୁନା ଚୋରି କରି ଫେରାର ହୋଇ ଯାଇଥିଲେ।
ତେବେ କେତେ ଟଙ୍କା ଏବଂ ସୁନା ଥିଲା ସଠିକ ଆକଳନ ହୋଇ ପାରିନଥିବା ବେଳେ ପ୍ରାୟ ଦୁଇ ବର୍ଷ ଧରି ଭକ୍ତମାନେ ଦାନ କରିଥିବା ଟଙ୍କା ଏବଂ ସୁନା ହୁଣ୍ଡିରେ ରହିଥିବା ଜଣାପଡ଼ିଛି। ଆଜି ସକାଳୁ ଜଗନ୍ନାଥ ପୂଜାରୀ ହେମନ୍ତ ପାଢ଼ୀ ଘଟଣା ସମ୍ପର୍କରେ ଜାଣିବା ପରେ ମନ୍ଦିର ପରିଚାଳନା କମିଟି ସୂଚନା ଦେବା ସହ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/b6d71022-539c-43bd-bfa1-8e2198faf646.jpeg)