କେନ୍ଦୁଝର : ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତର ତତ୍କାଳୀନ ପିଇଓ ନିଲମ୍ବନ ପରେ ମଧ୍ୟ ୩୦ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ମିଳିଛି।
୨୦୧୭ ମସିହାରେ ପିଇଓ ଦାୟିତ୍ବରେ ଥିଲେ ଧରଣୀଧର ସୋରେନ। ସରପଞ୍ଚ ଥିଲେ ଦୁଶୁଲି ସିଙ୍କୁ। ସେ ବର୍ଷ ଅଗଷ୍ଟ ୨୦ ତାରିଖରେ ଅର୍ଥ ଅନିୟମିତତା ଅଭିଯୋଗରେ ଧରଣୀଧରଙ୍କୁ ଜିଲ୍ଲାପାଳ ଆଶିଷ ଠାକ୍ରେ ନିଲମ୍ବନ କରିଥିଲେ। ତାଙ୍କୁ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦେଶ ଦେଇଥିଲେ। ତାଙ୍କ ସ୍ଥାନରେ କହ୍ନେଇ ଚରଣ ସାହୁଙ୍କୁ ନୂଆ ପିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା।
କହ୍ନେଇ ଚରଣ ସାହୁ ପିଇଓ ଭାବେ କାର୍ଯ୍ୟରେ ଯୋଗଦେବା ପରେ ମଧ୍ୟ ନିଲମ୍ବିତ ପିଇଓ ଧରଣୀଧର ପଞ୍ଚାୟତ ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରାୟ ୩୦ ଲକ୍ଷ ୨୫ ହଜାର ୪୦୪ ଟଙ୍କା ଉଠାଇଛନ୍ତି।
ଜଣେ ପିଇଓ ନିଲମ୍ବନ ହେବା ପରେ ଏତେ ପରିମାଣର ଟଙ୍କା କିପରି ଉଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି ନାଁ ଆତ୍ମସାତ୍ କରାଯାଇଛି ତାହା ତଦନ୍ତ ସାପେକ୍ଷ। ଏନେଇ ସରପଞ୍ଚଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନି। ଏ ସଂପର୍କରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କୁ ପଚାରିବାରୁ, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/indian_rupee_money-750x430.jpg)