ବରଗଡ଼: ବଲାଂଗୀର ଜିଲ୍ଲା ବଂଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ୨ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଶ୍ରୀ ନାୟକ ଗୋଟିଏ ସ୍ବିଫ୍ଟ ଓଜାୟାର କାର୍ (ଓଡି ୧୫କେ ୬୧୧୧)ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ ବରାହଗୋଡ଼ାସ୍ଥିତ ଟୋଲ୍ଗେଟ୍ ପାଖରେ ଗାଡ଼ି ଅଟକିବା ପରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଗାଡ଼ିର ଯାଂଚ ଚାଲିଥିଲା। ତାଙ୍କ ସିଟ୍ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ପକେଟ୍ରୁ ୬,୧୨୦ ଟଙ୍କା ମିଳିଥିଲା। ଚଢ଼ଉ ବେଳେ ବଲାଂଗୀର ଏବଂ ସମ୍ବଲପୁରର ଭିଜିଲାନ୍ସ ଡିଏସ୍ପି ସାମିଲ ଥିଲେ। ପରେ କାର୍କୁ ସମ୍ବଲପୁର ନିଆଯାଇଛି। ସେଠାରେ କାର୍ର ପୁଙ୍ଖାନୁପୁଙ୍ଖ ଯାଂଚ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସାମାଜିକ ସୁରକ୍ଷା ପାଇଁ ସରକାର ପୁଲିସ ବ୍ୟବସ୍ଥା କରିଥିବା ବେଳେ ଏହି ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ନୀରିହ ଜନତାଙ୍କୁ ଭୟଭୀତ କରାଇ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/23d227ca-04ef-49e9-a2e5-02b69d2d1684.jpg)