ଔପଦା : ଚାକିରି ପାଇଁ ଧର୍ମ ପରିବର୍ତ୍ତନ। ଏଭଳି ବିଡ଼ମ୍ବନାର ବଡ଼ ଉଦାହରଣ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଗଡ଼ସାହି ପଞ୍ଚାୟତ ରାଣୀପୋଖରୀର ଆଦିବାସୀ ଯୁବକ କୃଷ୍ଣ ଗିଲୁଆ। ତାଙ୍କ ବୟସ ୨୭ ବର୍ଷ ହେବ। ଶିକ୍ଷାଗତ ଯୋଗ୍ୟତା ଅଛି। ହେଲେ ଜମି ନ ଥିବାରୁ ବାସସ୍ଥାନ ଓ ଜାତି ପ୍ରମାଣପତ୍ର ଅଭାବରୁ ସେ ଚାକିରିରୁ ବ˚ଚିତ ହୋଇଛନ୍ତି। ଶେଷରେ ନିରାଶ ହୋଇ ପେଟ ପାଇଁ ନିଜ ଧର୍ମ ପରିବର୍ତନ କରିବାକୁ ବାଧୢ ହୋଇଛନ୍ତି।
ତୁରାମ ଗିଲୁଆ ଓ ମାଆ ସୁରୁ ଗିଲୁଆଙ୍କ ପୁଅ କୃଷ୍ଣ ୧୯୯୧ ମସିହାରେ ଜନ୍ମ ହୋଇଥିଲେ। ଗରିବ ବାପା ମାଆ ମୟୂରଭ˚ଜ ଜିଲ୍ଲା ବାରିପଦା ନିକଟ କେଶିପୁର ସ୍କୁୁଲ୍ ହଷ୍ଟେଲରେ ରଖି ପାଠ ପଢ଼ାଇଥିଲେ। କୃଷ୍ଣ ୨୦୦୬ ମସିହାରେ ଔପଦାର ଜୟଗୁରୁ ହାଇସ୍କୁଲ୍ରୁ ଦ୍ବିତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍ କଲେ। ମୟୂରଭଞ୍ଜର ନୂଆସାହି କଲେଜରୁ ୨୦୧୧ରେ ଉତ୍ତୀର୍ଣ୍ଣ ହେଲେ। ତେବେ ଏ ଭିତରେ ପାଖ ଗ୍ରାମର ତାଙ୍କର ଅନେକ ଆଦିବାସୀ ଯୁବବନ୍ଧୁ ଚାକିରି ପାଇସାରିଛନ୍ତି। ହେଲେ ନିଜର ଘରଡିହ ଖଣ୍ତେ ନଥିବାରୁ କୃଷ୍ଣ ବାସସ୍ଥାନ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ପାଇଲେନି। ଏହି କାରଣରୁ ସେ ଚାକିରି ପାଇବାରୁ ମଧ୍ୟ ବ˚ଚିତ ହେଲେ।
ରାଣୀପୋଖରୀର ଗାଁରେ ୬୨ଟି ପରିବାର ଭୂମିହୀନ ଥିବା ବେଳେ କୃଷ୍ଣ ବିଭିନ୍ନ ସମୟରେ ପଞ୍ଚାୟତ, ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିଜ ଲୋକଙ୍କୁ ସରକାର ଜମି ଦେବାକୁ ଦାବି କରିଥିଲେ। ଶେଷରେ ୨୦୧୭ ମସିହାରେ କୃଷ୍ଣଙ୍କ ଉଦ୍ୟମରେ ୩୨ଟି ପରିବାରକୁ ଜମିପଟ୍ଟା ମିଳିଲା। ଏତେ ଲଢ଼େଇ କରିଥିବା କୃଷ୍ଣ ହାରିଗଲେ। ଜମି ଚାଖଣ୍ତେ ବି ପାଇଲେନି। ଫଳରେ ନିରାଶ ହୋଇ ସେ ନିଜ ବାପା ମାଆ, ପତ୍ନୀ ଓ ପିଲାଙ୍କ ପେଟ ପାଇଁ ନିଜ ଧର୍ମ ପରିବର୍ତନ କରିବାକୁ ବାଧୢ ହୋଇଛନ୍ତି। କୃଷ୍ଣ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ସହ ସ˚ପୃକ୍ତ ବିଭିନ୍ନ ସ˚ଗଠନ ପକ୍ଷରୁ ମିଳୁଥିବା ସହାୟତାକୁ ଭରସା କରିଛନ୍ତି। ଏ ନେଇ ତହସିଲଦାର ପ୍ରଭାସ କୁମାର ମହାପାତ୍ର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଗାଁର ୩୨ଟି ପରିବାରକୁ ଜମିପଟ୍ଟା ମିଳିଥିବାବେଳେ ଖୁବ୍ଶୀଘ୍ର ଅନ୍ୟ ପରିବାରକୁ ପଟ୍ଟା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ, ଏହି ଘଟଣା ସରକାରୀ କଳର ଅପାରଗତାକୁ ପଦାରେ ପକାଇଛି। ଯେତେବେଳେ ଆଦିବାସୀଙ୍କୁ ସେମାନଙ୍କ ସର୍ବନିମ୍ନ ହକ୍ ମିଳିପାରୁନି, ସେଠାରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଛି; ତାହା କୃଷ୍ଣଙ୍କ ପରି ଯୁବକଙ୍କ ପାଇଁ ପ୍ରହସନ ଛଡ଼ା ଆଉ କ’ଣ ହୋଇପାରେ ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତିି।