ଜୟପୁର : ଜାତିବାଦ ତାଡନାର ଯୁବକ ଶିକାର ହୋଇଥିବା ନେଇ ଅଭିଯୋଗ

ଜୟପୁର : ଏକ ବିଂଶ ଶତାବ୍ଦୀରେ ଜାତିବାଦର ପରିଣାମ କେତେ ଭୟଙ୍କର ହୋଇପାରେ ଏହାର ପୁନଃରାବୃତ୍ତି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଫାମ୍ଫୁଣୀ ପଞ୍ଚାୟତ ଅନ୍ତର୍ଗତ ବାର୍ଲାହାଣ୍ଡି ଗାଁରେ। ଏପରି ଜାତିବାଦ ତାଡନାର ଶୀକାର ହୋଇଛନ୍ତି ଗାଁର ଯୁବକ କମଳ ଖାତି। ତାଙ୍କୁ ପରିବାରବର୍ଗ ଗ୍ରହଣ କରୁ ନ ଥିବାବେଳେ ନାହିଁ ନ ଥିବା ହଇରାଣ ହେଉଛି କମଳ।

ମିଳିଥିବା ସୂଚନା ମୁତାବକ କମଳ ଖାତି ଓ କିଶୋର ହରିଜନ ଗୋଟିଏ ଗାଁରେ ଜନ୍ମ ହୋଇଥିଲେ। ଗୋଟିଏ ସ୍ଥାନରେ ପାଠ ପଢିବା ସହ ଏକାଠି ଖେଳିଥିଲେ। ଆଉ ନିବିଡତା ପରେ ସଙ୍ଗାତ ବି ବସିଥିଲେ। ହେଲେ ସେମାନେ ଥିଲେ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ଏହାକୁ ସହ୍ୟ କରିପାରିଲାନି ପରିବାରବର୍ଗ। ସମାଜ ସହ ପରିବାରରୁ ବାସନ୍ଦ ହେଲେ କମଳ। ତାଙ୍କୁ ଛାଡି ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ଧରି ବାପ ଘର ଚାଲିଯିବା ପରେ ଏବେ କମଳଙ୍କ ଜୀବନ ଦୁର୍ବଶାହ ହୋଇପଡିଛି। ଏପରି ବାସନ୍ଦ ଜୀବନ ଓ ଗାଁ ଛାଡି ଯିବାକୁ ମନସ୍ଥ କରିଥିଲେ କମଳ। ଆଉ ଶେଷରେ କାମଧନ୍ଦା ବାହାନାରେ ହାଇଦ୍ରାବାଦ ଚାଲିଗଲେ। ଆଉ ଏବେ କୋରୋନା ଲକ୍ ଡାଉନ ଯୋଗୁଁ ଗାଁକୁ ଫେରି ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିଲେ। ଏହା ପରେ ବି ପରିବାର ଲୋକ କମଳଙ୍କୁ ଗ୍ରହଣ କରୁ ନାହାଁନ୍ତି। ଏହି ମାମଲାରେ ସ୍ଥାନୀୟ ଫାମ୍ପୁଣୀ ସରପଞ୍ଚ ବି ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି। ହେଲେ କମଳଙ୍କ ବଡ ଭାଈ ମୋହନ, ସାନ ଭାଇ କମଳଙ୍କୁ ଗ୍ରହଣ କରିବାକୁ ରୋକଠୋକ ମନା କରିଛନ୍ତି। ତେଣୁ ଏବେ କମଳ କିଶୋରଙ୍କ ସହ ମିଶି ରହୁଥିବା ଜଣାପଡିଛି।

ଏନେଇ ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ଘଟଣା ସମ୍ପର୍କରେ ଅବଗତ ରହିଛି। ଯେହେତୁ ଏହା ପାରିବାରିକ ଘଟଣା ଏଥିରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ। ହେଲେ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ସେଠାକୁ ପଠାଇ ପରିବାରବର୍ଗଙ୍କୁ ବୁଝାସୁଝା କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର