କଟକ : ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(ଏନ୍ଆଇସି)ରେ କାର୍ଯ୍ୟରତ ବୈଜ୍ଞାନିକ(ଇ) ବିନୋଦିନୀ ସାହୁଙ୍କ ବଦଳି ଉପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍) ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। କ୍ୟାଟ୍ର ବିଚାରବିଭାଗୀୟ ସଦସ୍ୟ ଏସ୍.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନୋଦିନୀଙ୍କ ଆବେଦନର ଶୁଣାଣି କରି ଏନ୍ଆଇସି ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିବା ସହିିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ବଦଳି କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱରସ୍ଥିତ ଏନ୍ଆଇସିରେ ବୈଜ୍ଞାନିକ ଭାବେ ବିନୋଦିନୀ ସାହୁ କାର୍ଯ୍ୟ କରୁଥିବାବେଳେ ହଠାତ ତାଙ୍କର ବଦଳି ହୋଇଥିଲା। ନୂଆଦିଲ୍ଲୀସ୍ଥିତ ଏନଆଇସି ଡାଇରେକ୍ଟର ଜେନେରାଲ(ଡିଜି) ୨୦୧୭, ଡିସେମ୍ବର ୧୪ରେ ତାଙ୍କୁ ନାଗାଲ୍ୟାଣ୍ଡର କୋହିମାସ୍ଥିତ ଏନଆଇସି କାର୍ଯ୍ୟାଳୟକୁ ବଦଳି କରିଥିଲେ। ଏପରି ବେଆଇନ ବଦଳି ଆଦେଶକୁ ଚ୍ୟାଲେଞ୍ଜ କରି ବୈଜ୍ଞାନିକ ବିନୋଦିନୀ କ୍ୟାଟ୍ଙ୍କ ଆଶ୍ରୟ ନେଇଥିଲେ।
ଏନ୍ଆଇସି ବୈଜ୍ଞାନିକଙ୍କ ବଦଳି ଉପରେ କ୍ୟାଟ୍ଙ୍କ ଅନ୍ତରୀଣ ରହିତାଦେଶ
/sambad/media/post_attachments/wp-content/uploads/2018/02/cat-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)