ପ୍ରଭାତ ପଟ୍ଟନାୟକ
ଭୁବନେଶ୍ବର: ମହାତ୍ମା ଗାନ୍ଧୀ କହୁଥିଲେ ଯେଉଁ ଘରେ ପୁସ୍ତକ ନାହିଁ ତାହା ଏକ ଝରକା ନଥିବା ଘର ଭଳି। ତାଙ୍କର ସେହି ଉକ୍ତିରେ ସେତେବେଳେ ପୁସ୍ତକର ମହତ୍ତ୍ବ ଯାହା ଥିଲା ବର୍ତ୍ତମାନ ମୋବାଇଲ୍ ଫୋନ୍ ସେହିଭଳି ଗୁରୁତ୍ବ ବହନ କରୁଛି। ମୋବାଇଲ୍ ଫୋନ୍-ଏହା କେବଳ ଦୁଇଟି ଶବ୍ଦ ନୁହେଁ। ଆଧୁନିକ ଦୁନିଆରେ ଏହା ହେଉଛି ମଣିଷ ଜୀବନର ସବୁଠୁ ବଡ଼ ଆବଶ୍ୟକତା। ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢ଼ା, ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁ କିଛି ମୋବାଇଲ୍ ଜରିଆରେ ହେଉଛି। ମଣିଷ ଏବେ ମୋବାଇଲ୍ର ଦୁନିଆରେ ବଞ୍ଚୁଛି କହିଲେ ଭୁଲ୍ ହେବନାହିଁ। ଯେତେବେଳେ ଦୁନିଆ ଏତେ ଆଗକୁ ବଢ଼ିଗଲାଣି ସେତେବେଳେ ଓଡ଼ିଶାରେ ଏବେ ବି ଶହ ଶହ ଗାଁ ରହିଛି ଯେଉଁଠାରେ ମୋବାଇଲ୍ ସେବା ସ୍ବପ୍ନ ହୋଇରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ବପ୍ନ ନେଇ ଆଗକୁ ବଢ଼ୁଥିବା ରାଜ୍ୟ ସରକାରଙ୍କ ପାଇଁ ଏହି ସବୁ ଅଞ୍ଚଳରେ ମୋବାଇଲ୍ ସେବା ପହଞ୍ଚାଇବା ପ୍ରାଥମିକତା ହେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।
Encroachment eviction: ଭଦ୍ରକ ସହରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ
ଟେଲିକମ୍ ବିଭାଗର ଓଡ଼ିଶା ସ୍ଥାନୀୟ ସେବା ଅଞ୍ଚଳ କାର୍ଯ୍ୟାଳୟ ତଥ୍ୟ କହୁଛି ରାଜ୍ୟର ୧୨୩୭ଟି ଗାଁରେ ଏବେ ସୁଦ୍ଧା ମୋବାଇଲ୍ ସେବା ପହଞ୍ଚିନାହିଁ। ସେଥିରୁ ଅଧିକାଂଶ ଗାଁ ଆଦିବାସୀବହୁଳ, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ରହିଛି। ବିଶେଷ କରି ମାଓ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ଥିବା ଛୋଟ ଛୋଟ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନାହିଁ। ରାଜ୍ୟରେ ଏଭଳି ୫୧୭ଟି ଗାଁ ରହିଛି ଯେଉଁଠାରେ କେବଳ ୨ଜି ସେବା ଆସୁଛି। ଏଥିପାଇଁ ସେଠାକାର ଲୋକମାନେ କେବଳ ଭଏସ୍ କଲ୍ କରିପାରୁଛନ୍ତି।
ଓଡ଼ିଶାର ୩୦ଟି ଜିଲ୍ଲାରେ ସମୁଦାୟ ୫୧,୧୭୬ଟି ଗାଁ ରହିଛି। ସେଥିରୁ ୪୯,୯୩୯ଟି ଗାଁରେ ମୋବାଇଲ୍ ସେବା ଉପଲବ୍ଧ ହୋଇଛି। ଅଧିକାଂଶ ଗାଁର ବାସିନ୍ଦା ୫ଜି ଭଳି ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଥିବା ମୋବାଇଲ୍ ସେବା ଉପଭୋଗ କରିପାରୁଛନ୍ତି। କିନ୍ତୁ ୧୨୦୦ରୁ ଅଧିକ ଗାଁରେ ଏପର୍ଯ୍ୟନ୍ତ ୨ଜି ଭଳି ସାଧାରଣ ସେବା ପହଞ୍ଚିପାରିନାହିଁ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ‘ଭାରତ ଡିଜିଟାଲ ନିଧି ପ୍ରକଳ୍ପ’ ଅଧୀନରେ ଅପହଞ୍ଚ ଗାଁଗୁଡ଼ିକରେ ମୋବାଇଲ୍ ସେବା ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ସେ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ। ବିଶେଷ କରି କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିରେ ସେଭଳି ଅନେକ ଗାଁ ରହିଛି।
ରାଜ୍ୟର ଟେଲିକମ୍ ସେବା ସ୍ଥିତି ସମ୍ପର୍କରେ ନାଇଜର୍ର ମାନବୀୟ ଓ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଅମରେନ୍ଦ୍ର ଦାସ କହିଛନ୍ତି ଯେ ଯେଉଁଠାରେ ଏହି ସେବା ନାହିଁ ତାହାର ଅର୍ଥ ହେଉଛି ସେମାନେ ଦୁନିଆରୁ ଡିଜିଟାଲ ବିଚ୍ଛିନ୍ନ ହୋଇରହିଛନ୍ତି। ସରକାରଙ୍କ ଅନେକ ଯୋଜନାର ଲାଭ, ସ୍କୁଲ ଓ କଲେଜରେ ନାମଲେଖା ଭଳି ଅନେକ ସେବାକୁ ଅନ୍ଲାଇନ୍ରେ ପ୍ରଦାନ କରାଯାଉଛି। ଏହି ଅଞ୍ଚଳର ଲୋକମାନେ ସେହି ସବୁ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।
Hockey: ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପୁଣି ଆବେଦନ କଲେ ଶ୍ରୀଜେଶ୍
ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ତଥ୍ୟ ଅନୁଯାୟୀ ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ୩ କୋଟି ୭୨ ଲକ୍ଷ ୬୨ ହଜାର ୨୮୯ ଜଣ ମୋବାଇଲ ଗ୍ରାହକ ରହିଛନ୍ତି। ମାସକ ଭିତରେ ସେମାନଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୩୫୧ ବଢ଼ିଛି। ରାଜ୍ୟରେ ପ୍ରତି ୧୦୦ ଜଣରେ ୮୧ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/18/dagdagdgd-2026-02-18-02-04-13.jpg)