ଭୁବନେଶ୍ୱର: ଆସନ୍ତାକାଲି ଠାରୁ(ମେ ୪) ଲକଡାଉନର ତୃତୀୟ ପର୍ଯ୍ୟାୟର ଅବଧି ଆରମ୍ଭ ହେବାକୁ ଯାଉଥିବା ବେଳେ ରେଡ, ଅରେଞ୍ଜ ଏବଂ ଗ୍ରୀନ ଜୋନ ପାଇଁ ରାଜ୍ୟ ସରକାର କିଛି ନିୟମକୁ କୋହଳ କରିଛନ୍ତି |  ତେବେ ନୂଆ ନିୟମ ଲାଗୁ କରିବା ପାଇଁ ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନରେ ରହିଛି ତାହାର ଏକ ବିସ୍ତୃତ ତାଲିକା ସମସ୍ତ  ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିସନରଙ୍କୁ ପଠାଇଛନ୍ତି ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ପି. କେ. ମହାପାତ୍ର |

Advertisment

ଏହି ତାଲିକାରେ ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ଭୁବନେଶ୍ବର ମହାନଗର ନିଗମ ଅଂଚଳକୁ ରେଡ ଜୋନରେ ରଖାଯାଇଥିବା ବେଳେ ଖୋର୍ଦ୍ଧା(ବିଏମସିକୁ ଛାଡି) ସୁନ୍ଦରଗଡ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ଦେବଗଡ଼, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଏବଂ ଗଞ୍ଜାମକୁ ଅରେଞ୍ଜ ଜୋନରେ ରଖା ଯାଇଛି | ସେହିଭଳି ଗ୍ରୀନ ଜୋନରେ ରହିଛି ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀ |

ଯଦି ଗ୍ରୀନ ଜୋନ ଅଞ୍ଚଳରେ ଭବିଷ୍ୟତରେ କୌଣସି କରୋନା ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେହି ଜିଲ୍ଲାକୁ ଅରେଞ୍ଜ ଜୋନରେ ପରିଣତ କରାଯିବ ବୋଲି ଚିଠିରେ ଲେଖାଯାଇଛି |