ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍ ଫିସ୍’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ପରିବେଶ ଓ ଜୈବ ବିବିଧତା ପାଇଁ ଏହି ପ୍ରଜାତିର ମାଛ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଦକ୍ଷିଣ ଆମେରିକାର ଆମାଜାନ୍ ଅଞ୍ଚଳରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି। ନିକଟରେ ବାରଣାସୀସ୍ଥିତ ଗଙ୍ଗାନଦୀରେ ‘କ୍ୟାଟ୍ ଫିସ୍’ ଦେଖିବାକୁ ମିଳିଥିବା ବେଳେ ଏବେ ଚାନ୍ଦବାଲି ଅଞ୍ଚଳର କ୍ରିଷ୍ଣା ନାମଜ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରି ନିଜ ଘରେ ଏକ କୁଣ୍ଡରେ ରଖିଛନ୍ତି। ଗତମାସରେ ବୈତରଣୀ ବନ୍ୟାରେ ମାଛଟି ଭାସିଆସିଥିବାବେଳେ ସେ ରାସ୍ତା ଉପରୁ ପାଇଥିଲେ ବୋଲି କ୍ରିଷ୍ଣା କହିଛନ୍ତି। ବିଷଯୁକ୍ତ ହୋଇଥିବାରୁ ଏହି ମାଛକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏନାହିଁ। ତେବେ ଆଖିକୁ ସୁନ୍ଦର ଦେଖାଯାଉଥିବାରୁ ମାଛଟିକୁ ସେ ସଂରକ୍ଷଣ କରି ରଖିଛନ୍ତି ବୋଲି କ୍ରିଷ୍ଣା କହିଛନ୍ତି। ମାଛର ଦେହସାରା ତୀକ୍ଷ୍ଣ କଣ୍ଟା ରହିଥିବାବେଳେ ତଳ ପଟେ ଏହାର ପାଟି ରହିଛି। ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାଟ୍ ଫିସ୍ କୁହାଯାଏ। ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ବେଷଣରେ ଏହି ପ୍ରଜାତିର ମାଛ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ସାମୁଦ୍ରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଚାନ୍ଦବାଲିରେ ବିରଳ ପ୍ରଜାତିର ‘କ୍ୟାଟ୍ ଫିସ୍’
/sambad/media/post_attachments/wp-content/uploads/2020/10/cat-fish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)