ଘଟଗାଁ ଅଞ୍ଚଳରେ ପୁଣି ଗୋରୁ ଚୋରି ରାକେଟ ସକ୍ରିୟ

ଘଟଗାଁ : ଗତ କିଛି ମାସର ବ୍ୟବଧାନ ପରେ ଘଟଗାଁ ଅଞ୍ଚଳରେ ପୁଣି ଗୋରୁ ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ଭିନ୍ନ ଢଙ୍ଗରେ ଚୋରି କରୁଥିବାରୁ ଲୋକେ ସହଜରେ ଜାଣି ପାରୁ ନାହିାଁନ୍ତି। ଚୋରମାନେ ଚାରଣ ଭୂମିରୁ ଗୋରୁଙ୍କୁ ନେଇଯାଉଛନ୍ତି। ପୂର୍ବରୁ ଗାଈଗୁହାଳରୁ ଚୋରି କରୁଥିବା ବେଳେବେଳେ ବିଭିନ୍ନ ସ୍ଥାନରେ ରାତିରେ ଶୋଇଥିବା ବେଳେ ଉଠାଇ ନେଉଥିଲେ। ଉକ୍ତ ଘଟଣା ଜଣାଯିବା ପରେ ଓ ମନୋହରପୁର କେତେକ ଚୋର ଧରା ପଡ଼ିଥିଲେ। ଏହି ଚୋରମାନେ ପୁନର୍ବାର ସକ୍ରିୟ ହୋଇଉଠିଛନ୍ତି। ୧୫/୨୦ ଦିନ ମଧ୍ୟରେ ଘଟଗାଁ ଗ୍ରାମ କେନ୍ଦୁଆପଡ଼ା ସାହିରେ ଗୋଟିଏ ପରେ ଗୋଟିଏ ଏହିପରି ୩ ଟି ଗାଈ ଚୋରି ହୋଇଛି।

ବର୍ତ୍ତମାନ ଖରା ଓ ଚାଷବାସ ନଥିବାରୁ ଗାଈଗୁଡ଼ିକ ଦଳଗତ ଭାବେ ନଚରାଇ ବାହାରେ ଛାଡ଼ି ଦିଆଯାଉଛି। ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ଚୋରମାନେ ବାଟଘାଟରୁ ନେଇଯାଉଛନ୍ତି। କେନ୍ଦୁଆପଡ଼ା ଗ୍ରାମର ଶରତ ମହାନ୍ତଙ୍କ ଗୋଟିଏ ଗାଈ ତା’ ପରେ ଯୁଧିଷ୍ଠିର ମହାନ୍ତ ଓ ପରେପରେ ଭରତ ମହାନ୍ତଙ୍କ ଗାଈ ଚୋରି ହୋଇଛି।

ସମ୍ବନ୍ଧିତ ଖବର