ଧରାପଡ଼ିଲା ବାଙ୍ଗଲାଦେଶୀ ବ୍ରାଉନସୁଗାର୍: ୩ ଗିରଫ

କଟକ : ଦରଘାବଜାର ଜେଲ୍ ରୋଡ ଅଞ୍ଚଳରୁ ବାଙ୍ଗଲାଦେଶୀ ବ୍ରାଉନସୁଗାର ଜବତ ହୋଇଛି। ୨୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଦରଘାବଜାର ଥାନା ପୁଲିସ ଜବତ କରିଥିବା ବେଳେ ଏହି କାରବାରରେ ୩ ଜଣ ମାଫିଆଙ୍କୁ ଗିରଫ କରିଛି। ଭୁବନେଶ୍ବର ବାଲିଅନ୍ତାର ବାପି ନାୟକ(୨୭), କଟକ ନିଆଳିର ଗୋପୀନାଥ ପାତ୍ର(୩୭), ବିବେକାନନ୍ଦ ଜେନା(୩୦) ଗିରଫ ହୋଇଛନ୍ତି। ପୁଲିସ ଏମାନଙ୍କ ନିକଟରୁ ୨୬୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଏମାନଙ୍କ ନିକଟରୁ ସୁଜୁକି ସ୍କୁଟି(ଓଡି ୦୨ ଏଆର୍ ୪୮୫୧) ଏବଂ ଟିଭିଏସ୍ ଜୁପିଟର୍ ସ୍କୁଟି(ଓଡି ୦୫ ଏଇ ୫୨୮୮), ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।

ସୂଚନା ଅନୁଯାୟୀ, ଦରଘାବଜାର ଥାନା ପୁଲିସ ଗଲା ୫ ତାରିଖ ରାତି ପ୍ରାୟ ୭ଟା ୫୫ ବେଳେ ଜେଲ୍ ପଡ଼ିଆ ନିକଟରେ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇଥିଲା। ୩ ଜଣ ନିଶା ମାଫିଆ ବ୍ରାଉନସୁଗାର କାରବାର ପାଇଁ ଏକାଠି ହୋଇଥିବା ଖବର ପାଇ ଥାନା ଆଇଆଇସି ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ଏସଆଇ ଜଗନ୍ନାଥ ସାହୁ ଏବଂ ତାଙ୍କ ଟିମ୍ ଚଢ଼ଉ କରି ଏହି ଗ୍ୟାଙ୍ଗକୁ କାବୁ କରିଥିଲା। ୫ଟି ଜରି ପ୍ୟାକେଟରେ ୨୬୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା।

ସମ୍ବନ୍ଧିତ ଖବର