ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବା ଘଟଣାକୁ ସପ୍ତାହେ ହୋଇନାହିଁ, ଆଜି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଉତ୍ତର ପ୍ରଦେଶର ଜଣେ ଭକ୍ତ ନୃସିଂହ ମନ୍ଦିର ପାର୍ଶ୍ବରେ ଶ୍ରୀମିନ୍ଦିରକୁ ଚଢ଼ିବାକୁ ଉଦ୍ୟମ ବେଳେ କାବୁ କରିଛି ଜେଟିପି (ଜଗନ୍ନାଥ ଟେମ୍ପୁଲ୍ ପୁଲିସ)। ଉକ୍ତ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ମନୋଜ ସିଂହ ବୋଲି ନିଜର ପରିଚୟ ଦେଇଛନ୍ତି। ଭାବ ବିହ୍ବଳ ହୋଇ ସେ ମନ୍ଦିର ଉପରକୁ ଚଢ଼ିଯିବାକୁ ଉଦ୍ୟମ କରିଥିବା ପୁଲିସକୁ କହିଛନ୍ତି। ବିଡ଼ମ୍ବନା ହେଉଛି, ଶ୍ରୀମନ୍ଦିରକୁ ଚଢ଼ିବାରେ ଯେ ବାରଣ ହେଉଛି ନା ସେ ଏ ବାବଦରେ ଜାଣିଥିଲେ ନା ଏ ସମ୍ବନ୍ଧରେ ସତର୍କ କରାଇବାକୁ ଶ୍ରୀମନ୍ଦିର ପରିସରରେ କୌଣସି ସୂଚନା ଫଳକ ଲାଗିଥିଲା।
କୌତୁହଳର କଥା ହେଉଛି ଭକ୍ତ ଜଣକ ଦେହରେ ପାଟ ମୁକୁଟା ପିନ୍ଧିଥିଲେ। ନନା ବେଶରେ ଗଲେ ଯେ ସବୁ ମାଫ୍, ବୋଧହୁଏ ଭାବିନେଇଥିଲେ। ଦର୍ଶନ ବେଳେ ସିନା ବର୍ତ୍ତିଗଲେ, କିନ୍ତୁ ଆହୁରି ବିହ୍ବଳ ହୋଇ ଶ୍ରୀମନ୍ଦିର ଉପରକୁ ଚଢ଼ିବା ବେଳେ ଅସଲ ପରିଚୟ ଜଣାପଡ଼ିଗଲା। ଜେଟିପି ଉକ୍ତ ପର୍ଯ୍ୟଟକଙ୍କୁ କାବୁ କରିବା ପରେ ତାକୁ ଆଣି ସିଂହଦ୍ବାର ଥାନା ଜିମା ଦେଇଥିଲେ। ଗତ ୧୬ ତାରିଖରେ ମଧ୍ୟ ଝାଡ଼ଖଣ୍ଡ ରାଞ୍ଚିର ଜଣେ ଭକ୍ତ ବେହରଣ ଦ୍ବାର ନିକଟରେ ଦକ୍ଷିଣ ଘର କବାଟରେ ମୁଖ୍ୟ ମନ୍ଦିର ଉପରକୁ ପ୍ରାୟ ୫-୭ ଫୁଟ ଚଢ଼ିଯାଇଥିଲେ। ଜେଟିପିର ନଜର ଆସିବାରୁ ତୁରନ୍ତ ତାକୁ ଓହ୍ଲାଇ ସିଂହଦ୍ବାର ଥାନାକୁ ନେଇ ପଚରାଉଚରା ପରେ ଛାଡ଼ି ଦିଆଯାଇଥିଲା।
ପ୍ରଥମତଃ ଶ୍ରୀମନ୍ଦିର ପରିସରରେ ମନ୍ଦିର ଉପରେ ଚଢ଼ିବା ନେଇ ବାରଣ ରହିଥିବା କଥା ସମ୍ବନ୍ଧରେ କେଉଁଠାରେ ବି ସୂଚିତ ନାହିଁ। ତେଣୁ ଶ୍ରୀମନ୍ଦିର ପ୍ରଶାସନର ଏହି ତ୍ରୁଟି ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି। ଅନ୍ୟ ପକ୍ଷରେ ଯେଉଁମାନେ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନା ଲଦିବାର ଆଇନଗତ ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ପୁଲିସ ଏହିଭଳି ଘଟଣାରେ ଭକ୍ତଙ୍କୁ ଆଣି ପଚରାଉଚରା କରିବା ପରେ ଛାଡ଼ିଦେଉଛନ୍ତି। ଶ୍ରୀମନ୍ଦିର ପ୍ରାରେରିରେ ସାଇନ ଏଜ ଲଗାଇ ସୂଚନା ଦିଆଯିବ ବୋଲି ଏସ୍ପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/23/untitled-10-2025-08-23-06-52-43.jpg)