ଡିଜେଲ ମୂଲ୍ୟ ବୃଦ୍ଧିର ନୂଆ କାରଣ କହିଲା ରାଜ୍ୟ
ପେଟ୍ରୋଲ ଠାରୁ ଡିଜେଲର ମୂଳ ମୂଲ୍ୟ ୫ ଟଙ୍କା ଅଧିକ, ଟିକସ କମାଉଛନ୍ତି, ମୂଳ ମୂଲ୍ୟ ବଢାଉଛି କେନ୍ଦ୍ର
ଭୁବନେଶ୍ବର : ତିନି ଦିନ ହେଲା ପେଟ୍ରୋଲ ଦରଠାରୁ ଅଧିକ ରହିଲାଣି ଡିଜେଲ ଦର। ଓଡ଼ିଶାରେ ସୃଷ୍ଟି ହୋଇଥିବା ଏଭଳି ବିଚିତ୍ର ଅବସ୍ଥାକୁ ନେଇ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର େପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଟ୍ କମ୍ କରୁନଥିବା ଦର୍ଶାଇ ରାଜ୍ୟକୁ ଟାର୍ଗେଟ କରିଥିେଲ। ଏହାର ଭିନ୍ନ ଢଙ୍ଗରେ ପ୍ରତିଜବାବ େଦଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। କହିଛନ୍ତି, ବେସ୍ ପ୍ରାଇସ ହେଉଛି ବିନା ଟିକସରେ ଡିଲରଙ୍କ ଠାରୁ ତୈଳ କଂପାନି ନେଉଥିବା ଦର। ଗୋଟିଏ ପଟେ କେନ୍ଦ୍ର ସରକାର ଟିକସ କମାଉଥିବା କଥା କହିଛନ୍ତି, ଅନ୍ୟପଟେ ଡିଜେଲର ବେସ ପ୍ରାଇସ୍ ବୃଦ୍ଧି କରିଛନ୍ତି। ଏଣୁ ଏଭଳି ଅଜବ ସ୍ଥିତି ଉପୁଜିଛି ।
ଅର୍ଥମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ତୁଳନାରେ ଡିଜେଲର ମୂଳ ମୂଲ୍ୟ ଏବେ ୫ ଟଙ୍କାରୁ ଅଧିକ ରହୁଥିବାରୁ ଗ୍ରାହକଙ୍କୁ ଡିଜେଲ କ୍ରୟ ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ୁଛି।
ସରକାରୀ ତଥ୍ୟ କହୁଛି, ଅକ୍ଟୋବର ୨୨ ତାରିଖରେ ଓଡ଼ିଶାରେ ପେଟ୍ରୋଲର ମୂଳ ମୂଲ୍ୟ ୪୩ ଟଙ୍କା ୮ ପଇସା ଥିବା ବେଳେ ଡିଜେଲର ମୂଳ ମୂଲ୍ୟ ୪୮ ଟଙ୍କା ୨୧ ପଇସା ରହିଛି। ଅର୍ଥାତ ପେଟ୍ରୋଲ ତୁଳନାରେ ଡିଜେଲର ମୂଳ ମୂଲ୍ୟ ୫ ଟଙ୍କା ୧୩ ପଇସା ଅଧିକ ରହିଛି।
ଚଳିତମାସ ୫ ତାରିଖରେ ଓଡ଼ିଶାରେ ପେଟ୍ରୋଲର ବେସିକ ପ୍ରାଇସ୍ ଲିଟର ପିଛା ୪୩ ଟଙ୍କା ୧୨ ପଇସା ରହିଥିଲା। ୧୬ ତାରିଖରେ ଏହି ଦର ୪୪ ଟଙ୍କା ୪୩ ପଇସାକୁ ବୃଦ୍ଧି ଘଟିଥିଲା। ୧୧ ଦିନ ମଧ୍ୟରେ ପେଟ୍ରୋଲର ମୂଳ ମୂଲ୍ୟରେ ୧ ଟଙ୍କା ୪ ପଇସାର ବୃଦ୍ଧି ଘଟିଥିଲା। ଏହାପରେ ପେଟ୍ରୋଲର ମୂଳ ମୂଲ୍ୟ ହ୍ରାସ ଘଟିଛି। ୧୭ ତାରିଖରେ ପେଟ୍ରୋଲର ମୂଳ ମୂଲ୍ୟ ୪୪ ଟଙ୍କା ୧୬ ପଇସା ଥିବାବେଳେ ୨୨ ତାରିଖରେ ଏହା ୪୩ ଟଙ୍କା ୮ ପଇସା ରହିଛି। ଅର୍ଥାତ୍ ୧୭ରୁ ୨୨ ତାରିଖ ମଧ୍ୟରେ ପେଟ୍ରୋଲର ମୂଳ ମୂଲ୍ୟ ୧ ଟଙ୍କା ୮ ପଇସା କମିଛି।
କିନ୍ତୁ ଏହି ସମୟ ମଧ୍ୟରେ ଡିଜେଲର ମୂଳ ମୂଲ୍ୟ ପେଟ୍ରୋଲ ଠାରୁ ଅଧିକ ବୃଦ୍ଧି ଘଟିଛି। ଚଳିତମାସ ୫ ତାରିଖରେ ଡିଜେଲର ମୂଳ ମୂଲ୍ୟ ୪୬ ଟଙ୍କା ୫୩ ପଇସା ଥିବାବେଳେ ୧୬ ତାରିଖରେ ଏହା ୪୮ ଟଙ୍କା ୮୬ ପଇସାରେ ପହଞ୍ଚି ଯାଇଥିଲା। ଅର୍ଥାତ୍ ଉପରୋକ୍ତ ୧୧ ଦିନ ମଧ୍ୟରେ ଡିଜେଲର ମୂଳ ମୂଲ୍ୟ ୨ ଟଙ୍କା ୩୩ ପଇସା ବଢ଼ିଯାଇଥିଲା। କିନ୍ତୁ ଚଳିତ ମାସ ୧୭ ତାରିଖରୁ ୨୨ ତାରିଖ ମଧ୍ୟରେ ଡିଜେଲର ମୂଳ ମୂଲ୍ୟ ଲିଟର ପିଛା ମାତ୍ର ୬୫ ପଇସା ହ୍ରାସ ପାଇଛି। ୧୭ ତାରିଖରେ ଡିଜେଲର ମୂଳ ମୂଲ୍ୟ ୪୮ ଟଙ୍କା ୮୬ ପଇସା ଥିବା ବେଳେ ୨୨ ତାରିଖରେ ଏହା ୪୮ ଟଙ୍କା ୨୧ ପଇସାକୁ କମିଛି। ମୂଳ ମୂଲ୍ୟରେ ଏହି ପାର୍ଥକ୍ୟ ଯୋଗୁ ସୋମବାର ଭୁବନେଶ୍ବରରେ ଗ୍ରାହକମାନେ ଡିଜେଲ ପାଇଁ ୮୦ ଟଙ୍କା ୪୫ ପଇସା ଦେଉଥିବା ବେଳେ ପେଟ୍ରୋଲ ପାଇଁ ୮୦ ଟଙ୍କା ୩୨ ପଇସା ଦେଉଛନ୍ତି। ଏଥିପାଇଁ ରାଜ୍ୟ ଅର୍ଥ ବିଭାଗ େକନ୍ଦ୍ର ସରକାରଙ୍କ ନୀତିକୁ ଦାୟୀ କରିଛି।