ଭୁବନେଶ୍ବର: ଗୋପଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କର ଡିଏନଏ ନମୁନା ନିଆଯାଇଛି। ଘଟଣା ସ୍ଥଳରୁ କ୍ରାଇମ୍ ଏଗନେଷ୍ଟ ୱମେନ୍ (ସିଏଡବ୍ଲୁ) ଟିମ୍କୁ ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ମିଳିଛି।
ଆପତ୍ତିଜନକ ସମାଗ୍ରୀ ସହିତ ଘଟଣା ସ୍ଥଳରୁ ସିଏଡବ୍ଲୁ ଟିମ୍ ପୋଡ଼ା ସିଗାରେଟ୍ ଜବତ କରିଛି। ଡିଏନଏ ପରୀକ୍ଷା ପାଇଁ ପ୍ରାଥମିକ ଭାବରେ ୬ ଅଭିଯୁକ୍ତଙ୍କର ନମୁନା ସଂଗ୍ରହ କରାଯାଇଛି।
ତେବେ ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲୁ ଟିମ୍ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ। ପରେ ନାବାଳକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା କରାଯିବ।
ଅଧିକ ପଢ଼ନ୍ତୁ: ୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ପୂର୍ବତନ ପିଇଓ ଗିରଫ
ଅଭିଯୋଗକାରିଣୀଙ୍କ ଅଡିଓ ଭିଡିଓ ବୟାନ ରେକର୍ଡ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି। ଫୋରେନସିକ ତଥ୍ୟକୁ ପରୀକ୍ଷା ପାଇଁ ଲ୍ୟାବ୍ରେ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ:ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ କ୍ଷତିଗ୍ରସ୍ତ
Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/19/caw-team-took-dna-sample-of-accused-2025-06-19-12-04-58.jpg)