ଭୁବନେଶ୍ୱର: ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହା ପରେ ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା । ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା ସିବିଆଇ । ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଥିଲା ।ରାତି ସାରା ରେଡ୍ ପରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।
ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବାଲେଶ୍ବର ସିମୁଳିଆ ଅଞ୍ଚଳରେ ଥିବା ଘରେ ବି ରେଡ୍ କରିଛି ସିବିଆଇା ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ମାର୍କୋଣା ସ୍ଥିତ ଘରକୁ ଯାଇ ଛାନଭିନ୍ କରାଯାଇଛିା ବିଭିନ୍ନ କାଗଜପତ୍ର ସହ ପରିବାରଲୋକଙ୍କୁ ପଚରାଉଚରା କରିଛିାପତ୍ନୀ ମଧ୍ୟ ଏସସିବିରେ ଡାକ୍ତର ଥିବାବେଳେ ପତ୍ନୀଙ୍କ କଟକ ଘରେ ଚଢ଼ଉ କରି ସିବିଆଇ ଜବତ କଲାଣି ୬ ଲକ୍ଷ ଟଙ୍କା ।ଆଜି ସକାଳ ୭ଟାରେ ସିମୁଳିଆ ମାର୍କୋଣା ଷ୍ଟେସନ ବଜାର ସ୍ଥିତ ପୈତୃକ ବାସଭବନରେ ସିବିଆଇର ଏକ ୪ଜଣିଆ ଟିମ ପହଁଚିଥିଲା। ସେଠାରେ ତାଙ୍କ ଘର ତାଲା ପଡ଼ିଥିବା ବେଳେ ବାପା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଭଦ୍ରକରେ ମଝିଆଁ ପୁଅ ପାଖରେ ରହୁଥିବା ଜଣାପଡ଼ିଥିଲା। ତେବେ ତାଙ୍କ ଘରେ ସିବିଆଇ ଟିମ ପହଁଚିଥିବା ଖବର ପାଇ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଆସି ସେଠାରେ ପହଁଚିଥିଲେ। ଏହାପରେ ଘରର ତାଲା ଫିଟାଯିବା ପରେ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସିବିଆଇ ଟିମ ଛାନଭିନ ଚଳାଇଥିବା ଜଣାପଡ଼ିଛି।
ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଂଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ ।