ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିବା ଘଟଣା : କନିଷ୍ଠ ଯନ୍ତ୍ରୀଙ୍କୁ କୋର୍ଟଚାଲାଣ

ଭୁବନେଶ୍ୱର : ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀ ରାଜୀବ ରଞ୍ଜନ ରେଡ୍ଡୀଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସିବିଆଇ ଏକ ମାମଲା ରୁଜୁ କରିବା ସହ ରାଜୀବଙ୍କ ଘର ଓ ଅଫିସରେ ଚଢ଼ଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରାଜୀବ ରଞ୍ଜନ ମିଲିଟାରି ଇଞ୍ଜିନିୟରିଂ ସର୍ଭିସରେ ଜେଇ ଭାବେ କାର୍ଯ୍ୟରତ। ଠିକାଦାର ପବିତ୍ର ମୋହନ ପରିଡ଼ା ପାରାଦୀପ ବନ୍ଦରରେ କନଷ୍ଟ୍ରକସନ କାମ କରୁଛନ୍ତି। ତାଙ୍କ ଫାର୍ମ ସପକ୍ଷରେ କାର୍ଯ୍ୟାଦେଶ ଦେବା ପାଇଁ ରାଜୀବ ଲାଞ୍ଚ ନେଉଥିବା ବେଳେ ଗତକାଲି ସିବିଆଇ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର