ଭୁବନେଶ୍ବର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ସ୍ବତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିବା ଜଣାଯାଇଛି। ଠିକ୍ ସେହିପରି,କମଳାକାନ୍ତ ଦାସ ମଧ୍ୟ କୋର୍ଟରେ ଜାମିନ ଆବେଦନ କରିଥିବାର ଖବର ହସ୍ତଗତ ହୋଇଛି। ଉଭୟେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା କୁହାଯାଉଛି। ଖୁବ ଶୀଘ୍ର ଉଭୟ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଏବଂ କମଳାକାନ୍ତ ଦାସଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।

Advertisment

ସୂଚନାଯୋଗ୍ୟ ଆଜି ସକାଳେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲ। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା ।

Image result for ashirbad behera photo-oneindia

ସୂଚନାଯୋଗ୍ୟ ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି କମଳାକାନ୍ତ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ।