ବୟସ ଜାଲିଆତି ମାମଲା : କ୍ରିକେଟ୍‌ ଖେଳାଳିଙ୍କ ସାର୍ଟିଫିକେଟ୍‌ ଯାଞ୍ଚ

କଟକ : ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ଘଟଣାରେ ଆଜି ସିବିଆଇର ଗୋଟିଏ ଟିମ୍‌ ଭଦ୍ରକ ମୁନିସ୍‌ପାଲିଟିରେ ଚଢାଉ କରିଛନ୍ତି। ସିବିଆଇର ଦୁଇଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଭଦ୍ରକ ଯାଇଥିଲାବେଳେ ଅନ୍ୟଜଣେ ଓସିଏ କ୍ଲବ୍‌ କ୍ୟାମ୍ପ୍‌ ଅଫିସ୍‌ରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଭଦ୍ରକରେ ଦୁଇଜଣ ଖେଳାଳି ଓ ତିହିଡି ବ୍ଲକ୍‌ର ଜଣେ ଖେଳାଳିଙ୍କ ବୟସ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଇଛି। ଆସନ୍ତାକାଲି କଟକକୁ ଅନ୍ୟ ମୁନିସ୍‌ପାଲ୍‌ଟିର ଅଧିକାରୀଙ୍କ ସହିତ କେତେକ ଖେଳାଳିଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରାଯାଇଥିବା ସୂଚନା ମିଳିଛି।

ଦୁଇ ଦିନ ଧରି ସିବିଆଇ ସ୍ପୋର୍ଟ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ର ଅଧିକାରୀମାନେ ଓଡ଼ିଶା କ୍ରିକେଟର ବୟସ ଜାଲିଆତି ସମ୍ପର୍କରେ ଖୋଳତାଡ କରୁଥିବାବେଳେ ଏକାଧିକ ଖେଳାଳିଙ୍କ ବିରୋଧରେ ପ୍ରମାଣ ହାସଲ କରିସାରିଲେଣି। ସେହି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରାଯାଉଥିବାବେଳେ ମୁନିସ୍‌ପାଲ୍‌ ଅଧିକାରୀଙ୍କୁ ମଧ୍ୟ ବୟସ ପ୍ରମାଣପତ୍ର ସଂକ୍ରାନ୍ତରେ ଜେରା କରାଯାଉଥିବା କୁହାଯାଉଛି। ସୂଚନାରୁ ପ୍ରକାଶ, ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ପକ୍ଷରୁ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦ ସିବିଆଇ ନିକଟରେ ବୟସ ହେରଫେର୍‌ ହେବା ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର