ଭୁବନେଶ୍ବର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ଆଜି ଏକ ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ କରିଛି । ଏହି ଘଟଣାର ୩ୟ ଅଭିଯ଼ୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ସିବିଆଇ ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯ଼ାଇଛି । ଭୁବନେଶ୍ବର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦାଖଲ କରାଯ଼ାଇଛି ।
ଗତ ଫେବ୍ରୁଆରି ମାସରେ ଓଡ଼ିଶା ପୁଲିସ ପକ୍ଷରୁ ବିବନକୁ ମହାରାଷ୍ଟ୍ରର ଲୋନାଓ୍ବଲାରୁ ଗିରଫ କରାଯ଼ିବା ପରେ ସିବିଆଇପକ୍ଷରୁ ପୁଣି ଥରେ କେସ ଖୋଲାଯ଼ାଇଥିଲା ।

Advertisment

ବିବନ ପ୍ରାୟ ୨୨ ବର୍ଷ ଧରି ଫେରାର ଥିଲା । ଗତ ମାର୍ଚ୍ଚ ୩ ତାରିଖରେ ଝାରପଡ଼ା ଜେଲ ପରିସରରେ ହୋଇଥିବା ଟିଆଇ ପରେଡରେ ପୀଡ଼ିତା ଅଂଜନା ମିଶ୍ର ଅଭିଯ଼ୁକ୍ତ ବିବନକୁ ଚିହ୍ନଟ କରିଥିଲେ । ଏହା ପରେ ସିବିଆଇ ବିବନକୁ ରିମାଣ୍ଡରେ ନେଇ ଜେରା କରିଥିଲା ।

ପୂର୍ବରୁ ଗତ ୧୯୯୯ ମସିହାରେ ସିବିଆଇ ପକ୍ଷରୁ ଏହି ମାମଲାର ଅନ୍ୟ ଦୁଇ ଅଭିଯ଼ୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯ଼ାଇଥିଲା ।