ଭୁବନେଶ୍ବର: କରୋନାଭାଇରସଜନିତ ମହାମାରୀ ଆଧାରିତ ମିଥ୍ୟା ଖବର ଓ ଗୁଜବ ପ୍ରଚାର ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କ୍ରାଇମବ୍ରାଞ୍ଚ୍ ଆଡଭାଇଜରି ଜାରି କରିଛି।
କରୋନାଭାଇରସ୍ ସମ୍ପର୍କରେ କୌଣସି ଭିତ୍ତିହୀନ ତଥା ବିଭ୍ରାନ୍ତିକର ତଥ୍ୟ ଦେବାକୁ ଏହି ପରାମର୍ଶନାମାରେ କୁହାଯାଇଛି। ଏହାଛଡ଼ା ଏଥିରେ କୁହାଯାଇଛି ଯେ କରୋନାଭାଇରସ୍ ସମ୍ବନ୍ଧୀୟ କୌଣସି ଫେକ୍ ୱେବସାଇଟ୍/ଇ-ମେଲ୍ ଆକାଉଣ୍ଟ୍ ଖୋଲାଯାଇ ପାରିବ ନାହିଁ।
/sambad/media/post_attachments/wp-content/uploads/2020/04/cbi.jpg)
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କରୋନାଭାଇରସ୍ ନାଁରେ ନକଲି ଟିକା, ସାନିଟାଇଜର ମଧ୍ୟ ବିକ୍ରୟ କରାଯାଇ ପାରିବ ନାହିଁ। କରୋନା ସ୍ପେସାଲ୍ ଅଫର୍ ନାଁରେ ଅନଲାଇନ୍ ବିକ୍ରି ଉପରେ କଟକଣା ଲାଗୁ ହୋଇଛି। ହ୍ବାଟସଆପ୍/ଟେଲିଗ୍ରାମ୍ ଜରିଆରେ କରୋନାଭାଇରସ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ମନା ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ଏହା ବ୍ୟତିରେକେ ଏଥିରେ କୁହାଯାଇଛି ଯେ ବିଶ୍ବସନୀୟ ସଂସ୍ଥା ତଥା ସରକାରୀସ୍ତରୀୟ ନିର୍ଭୁଲ ତଥ୍ୟ ଅନୁସରଣ କରନ୍ତୁ। ଏହି ସମୟରେ ସାଇବର୍ ଠକେଇରୁ ଦୂରେଇ ରହିବାକୁ ପରାମର୍ଶ ଦିଆ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Corona-Advisery-From-Crime-Branch_Thumbnail.jpg)