ନିର୍ବାଚନ ପୂର୍ବରୁ ଡରାଇଲେ: ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇର ସମନ୍‌

ଭୁବନେଶ୍ୱର: ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସହିତ ପୁଣି ଫେରିଛି ସିବିଆଇ ତଦନ୍ତ। ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଏଥର ଦୁଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସବିଆଇ ସମନ୍‌ କରିଥିବା ସୂଚନା ମିଳିଛି। ଅତନୁଙ୍କୁ ବୁଧବାର ହାଜର ହେବାକୁ ନିର୍ଦ୍ଦେଶ ଥିବା ବେଳେ ଅରୁଣଙ୍କୁ ସୋମବାର ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ତେବେ ସୋମବାର ଅରୁଣ ହାଜର ହୋଇ ନଥିବାରୁ ତାଙ୍କୁ ଆଉ ଥରେ ନୋଟିସ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉଭୟଙ୍କୁ ସି’ସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସମନ କରାଯାଇଥିବା କୁହାଯାଉଛି। ପୂର୍ବରୁ ବିଜେଡିର ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ କଟକ ସଦର ବିଧା‌ୟକ ପ୍ରଭାତ ବିଶ୍ବାଳଙ୍କୁ ସିବିଆଇ ଗିରଫ କରିଥିଲା। ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ଜେରା କରି ସାରିଛି। ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହି ସମନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ଅନ୍ୟପଟେ ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, ଏହି ସୂଚନା ଆମେ ଗଣମାଧ୍ୟମ ଜରିଆରେ ପାଇଲୁ। େଯଉଁ ବ୍ୟକ୍ତି ବିେଶଷଙ୍କୁ ସିବିଆଇ େନାଟିସ େହାଇଛି େବାଲି ଗଣମାଧ୍ୟମରେ ପ୍ରକାଶ ପାଇଛି, ସେମାନଙ୍କ ପାଖରେ ବର୍ତମାନ ପର୍ଯ୍ୟନ୍ତ ସିବିଆଇ େନାଟିସ ପହଞ୍ଚିନାହିଁ। ଏହି ବିଷୟରେ ଗଣମାଧ୍ୟମକୁ େବାେଧ େନାଟିସ ସଂକ୍ରାନ୍ତ ସୂଚନା ଦିଆଗଲା ଓ ଏବେ ବି େସହି େନାଟିସ ଡାକରେ ତାର ଗନ୍ତବ୍ୟସ୍ଥଳକୁ ଯାଉଥିବ। େଯହେତୁ ଆସନ୍ତା ତିନି ଚାରି ସପ୍ତାହ ମଧ୍ୟରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ େହବାକୁ ଯାଉଛି, େସଥିପାଇଁ ସମ୍ଭବତଃ ଏ ପ୍ରକାର ବିଷୟ ସବୁ କରାଯାଉଛି। ଶ୍ରୀ ପାତ୍ର କହିଛନ୍ତି, ସିବିଆଇର ବିଶ୍ବସନୀୟତା ଆଜି ଭାରତବର୍ଷ ସାରା ସୁପରିଚିତ। ସିବିଆଇ ଆଜି ଆଉଥରେ ଦର୍ଶାଇଲା େଯ ସେମାେନ ରାଜନୈତିକ ଅସ୍ତ୍ର ଛଡା ଆଉ କିଛି ନୁହନ୍ତି।

ଉେଲ୍ଲଖଯୋଗ୍ୟ, ଶାହଙ୍କ ଗସ୍ତର କିଛି ଘଣ୍ଟା ମଧ୍ୟରେ ସିବିଆଇ ହଠାତ୍ କ୍ରିୟାଶୀଳ ହେବା ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଗତ ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ସିବିଆଇ ହଠାତ ତତ୍ପରତା ଦେଖାଇବା ସହ ବିଜୁ ଜନତା ଦଳର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଯାହାକୁ ନେଇ ସେତେବେଳେ ରାଜନୈତିକ ବାତାବରଣ ସରଗରମ ହୋଇଥିଲା। ଏପରିକି ନିର୍ବାଚନକୁ ଆଖି ଆଗରେ ରଖି ସିବିଆଇକୁ କେନ୍ଦ୍ର ସରକାର ବ୍ୟବହାର କରୁଥିବା ବିଜେଡି ପକ୍ଷରୁ ସେହି ସମୟରେ ଅଭିଯୋଗ ଅଣାଯାଇଥିଲା।

ସମ୍ବନ୍ଧିତ ଖବର