କଟକ: କଟକର ଜଗତପୁର ଶିଳ୍ପାଞ୍ଚଳର ଫେଜ୍ -୨ରେ ଥିବା ଏସଆର ଆଲକୋଭେବ ପ୍ରାଇଭେଟ୍ ଲିମିଟେଡରେ ସିବିଆଇ ପକ୍ଷରୁ ଚଢ଼ାଉ ଚାଲିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଭିଯୋଗ ଆଧାରରେ ଚଢ଼ାଉ କରିଛି ସିବିଆଇ।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବକ୍ସିବଜାର ଶାଖାରୁ ଏହି ସଂସ୍ଥା ୨୦୧୩ରେ ୪୦ କୋଟି ଟଙ୍କା ଋଣ ନେଇଥିଲା। ସେହିପରି ଭୁବନେଶ୍ୱର ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଋଣ ପରିଶୋଧ କରିନଥିଲା କମ୍ପାନି। ସୁଧମୂଳ ସହ ଏହା ଏବେ ୧୪୦ କୋଟି ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି। ଏଣେ ବ୍ୟାଙ୍କ ଏକ ବଡ଼ ଧରଣର କ୍ଷତିରେ ପଡ଼ିଛି। ଏନେଇ ସିବିଆଇରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏସଆର ଆଲକୋଭେବ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ରଞ୍ଜନ କୁମାର ପାଢ଼ୀ, ଏମଡି ସାଇନା କରଙ୍କ ନାଁରେ ଋଣ ଦେଇଥିଲା ବ୍ୟାଙ୍କ୍। ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ନୈନା ଦେବୀ ଓ ଚନ୍ଦ୍ରଗ୍ରନ୍ଥ ଆଇରନ୍ ଆଣ୍ଡ ଷ୍ଟିଲ ଟ୍ରେଡର୍ସ ପ୍ରାଇଭେଟ୍ ଲିମିଟେଡ କର୍ପୋରେଟ୍ ଗ୍ୟାରେଣ୍ଟର ପଡ଼ିଥିଲେ। କମ୍ପାନିକୁ ଆଗକୁ ବଢ଼ାଇବା ପାଇଁ ଋଣ ନେଇଥିଲେ।
ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏସଆର ଆଲକୋଭେବ ପ୍ରାଇଭେଟ୍ ଲିମିଟେଡରେ ସିବିଆଇ ଚଢ଼ାଉ: ୧୪୦ କୋଟି ଟଙ୍କା ଠକେଇ ଅଭିଯୋଗ
/sambad/media/post_attachments/wp-content/uploads/2021/11/CBI.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)