ବାରିପଦା ମୁଖ୍ୟ ଡାକଘରେ ସିବିଆଇ ରେଡ୍ : ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ମନୋଜ ମହାନ୍ତ ଗିରଫ

ନିଜ ସହକାରୀ କର୍ମଚାରୀଙ୍କ ଡେପୁଟେସନ ଭତ୍ତା ଟ୍ରାନ୍ସଫର ପାଇଁ ନେଉଥିଲେ ଲାଞ୍ଚ

ବାରିପଦା : ବାରିପଦା ମୁଖ୍ୟ ଡାକଘରେ ହୋଇଛି ସିବିଆଇ ରେଡ୍। ଆଜି ସନ୍ଧ୍ୟାରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର (ଆକାଉଣ୍ଟସ)ମନୋଜ କୁମାର ମହାନ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱରରୁ ଆସିଥିବା ସିବିଆଇ ଏସିବି ଟିମ। ଗିରଫ ମନୋଜ ଉକ୍ତ ଅଫିସର ଜଣେ କର୍ମଚାରୀ(ପୋଷ୍ଟାଲ ଆସିଷ୍ଟାଣ୍ଟ)ଙ୍କ ଡେପୁଟେସନ ଭତ୍ତା ତାଙ୍କ ସାଲାରୀ ଆକାଉଣ୍ଟକୁ ଟ୍ରାନ୍ସଫର ପାଇଁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି। ଏହି ବିଲ୍ ପାସ କରାଇ ଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ମନୋଜ।

ଶ୍ରୀ ମାଝି ଏ ନେଇ ଚଳିତ ମାସ ୧୫ରେ ସିବିିିଆଇର ଦ୍ୱାରସ୍ଥ ହୋଇଥିଲେ। ଲାଞ୍ଚୁଆ ଅଧିକାରୀ ମନୋଜ କୁମାର ମହାନ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲା ସିବିଆଇ। ଯୋଜନା ମୁତାବକ ଆଜି ମନୋଜ ହରିହରଙ୍କ ଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ମାଡି ବସିଥିଲା। ତେବେ ତଦନ୍ତ ଜାରି ରହିଥିବାରୁ ସିବିଆଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି।

ସମ୍ବନ୍ଧିତ ଖବର