ପୁଣି ଫେରିଲା ସିବିଆଇ, ସିସୋର୍, ଶୁଭଙ୍କର ଡାଏରିରୁ ଖୋଳତାଡ଼ ଆରମ୍ଭ

ଜଣେ ଅଭିଯୁକ୍ତଙ୍କୁ ସିବିଆଇର ଅଢ଼େଇ ଘଣ୍ଟା ଜେରା
ଟାର୍ଗେଟ୍‌ରେ ଦୁଇ ଆଇଏଏସ୍ ଓ ଜଣେ ଆଇପିଏସ୍

ଭୁବନେଶ୍ବର : ସମଗ୍ର ରାଜ୍ୟ ଯେତେବେଳେ କୋଭିଡ୍ ମୁକାବିଲା ମନସ୍କ ଅଛି, କୋଭିଡ୍ ସାମଗ୍ରୀ କିଣାରେ କେଳେଙ୍କାରୀ ଅଭିଯୋଗକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି, ଠିକ୍ ସେତିକିବେଳେ ବଜ୍ର ପଡ଼ିବା ଭଳି ପୁଣି ଏକ ବଡ଼ ପ୍ରସଙ୍ଗ ସାମ୍ନାକୁ ଆସିଛି। ପାଖାପାଖି ବର୍ଷେରୁ ଅଧିକ ସମୟ ନିରବତା ଅବଲମ୍ବନ କରିବା ପରେ ସିବିଆଇ ଚିଟ୍‌ଫଣ୍ଡ କେଳେଙ୍କାରୀ ଫାଇଲ ଖୋଲିଛି। କୋଲକାତାରେ ଚିଟ୍‌ଫଣ୍ଡ କେଳେଙ୍କାରୀ ଘଟଣାରେ ରାଜନୈତିକ ସଂପୃକ୍ତି ଖୋଜିବା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବହୁଚର୍ଚ୍ଚିତ ସିସୋର୍-କେଳେଙ୍କାରୀର ମଧ୍ୟସ୍ଥ ବୋଲି କୁହାଯାଉଥିବା ଅଭିଯୁକ୍ତ ଶୁଭଙ୍କର ଡାଏରି ଓଲଟାଇବା ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀମାନେ। ଚାଞ୍ଚଲ୍ୟକର କଥା ହେଲା, ସିସୋର୍‌ ଚିଟ୍‌ଫଣ୍ଡ ମାମଲାେର ଗିରଫ ହୋଇ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଧିକାରୀ ଡାକି ଦୀର୍ଘ ଅଢେଇ ଘଣ୍ଟା ଧରି ଜେରା କରିଛନ୍ତି। ହେଲେ ଏ ସଂପର୍କରେ କେହି ଟେର୍ ସୁଦ୍ଧା ପାଇପାରିନାହାନ୍ତି।

Odisha News Insight

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସମସ୍ତଙ୍କ ଅଗୋଚରରେ ଗତକାଲି ସିବିଆଇ ଏହି ଘଟଣାର ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଡକାଇ କେଉଁ କେଉଁ ଅଫିସର ସିସୋର୍ କେଳେଙ୍କାରୀ ସାମିଲ ଥିଲେ, ସେ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ସେମାନଙ୍କ ସଂପର୍କରେ ପୂର୍ବରୁ ରହିଥିବା ସୂଚନାକୁ ସାମ୍ନାକୁ ଆଣି ଜେରା ବେଳେ ମୁକାବିଲା କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ବରିଷ୍ଠ ଆଇଏଏସ୍ ଅଫିସର ଓ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ସଂପୃକ୍ତିର ଖୋଳତାଡ଼ ଆରମ୍ଭ ହୋଇଥିବା ସୂଚନା ମିଳିଛି। ପୂର୍ବାହ୍ନ ସାଢେ ଦଶଟା ବେଳେ ଜେରା ଆରମ୍ଭ ହୋଇଥିଲା ଓ ସାଢେ ବାରଟା ପର୍ଯ୍ୟନ୍ତ ଏହା ଜାରି ରହିଥିଲା। ହେଲେ ଏ ନେଇ କେହି କିଛି କହିବାକୁ ପ୍ରସ୍ତୁତ ନୁହନ୍ତି। ସିବିଆଇ ଅଧିକାରୀମାନେ ମଧ୍ୟ ଏଯାଏ ମୁହଁ ଖୋଲିନାହାନ୍ତି।

କେବଳ ଏହି ତିନିଜଣ ନୁହେଁ, ପାଖାପାଖି ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ସିବିଆଇ ପୁଣି ଥରେ ତଦନ୍ତ ଫାଇଲ ଖୋଲିବ ବୋଲି ସୂଚନା ମିଳୁଛି। ସେମାନଙ୍କୁ ଜେରା ପାଇଁ ଡାକି, ତାଙ୍କ ସଂପୃକ୍ତିର ପ୍ରମାଣ ଯୋଗାଡ଼ କରିବ। ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏପଟେ ସିବିଆଇର ହଠାତ୍ ସକ୍ରିୟତା ରାଜ୍ୟରେ କମ୍ପନ ସୃଷ୍ଟି କଲାଣି। ପ୍ରଶାସନିକ ଅଧିକାରୀମାନଙ୍କ ନିଦ ହଜିଯାଇଛି। କାରଣ, ଏଥର ରାଜନୈତିକ ନେତାଙ୍କୁ ବାଦ୍ ଦେଇ ସିବିଆଇ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ନଜର ପକାଇବା ଘଟଣାକୁ କେହି ହାଲକା ଭାବେ ଗ୍ରହଣ କରିପାରୁନାହାନ୍ତି। ପୂର୍ବରୁ ରାଜନୈତିକ ନେତାମାନଙ୍କ ଉପରେ ସିବିଆଇ ତଦନ୍ତ ନିବଦ୍ଧ ଥିଲା। ପରେ ହଠାତ୍ ସିବିଆଇ ନିଷ୍କ୍ରିୟ ହୋଇଥିଲା ଓ ଚଢଉ ଏବଂ ଜେରା ଅଟକିଯାଇଥିଲା।

Dailyhunt

ଉଲ୍ଲେଖଥାଉକି, ସିବିଆଇ ପୂର୍ବରୁ ସିସୋର୍ ମାମଲାରେ ମଧ୍ୟସ୍ଥ ଶୁଭଙ୍କରକୁ ଗିରଫ କରିଥିଲା। ପରେ ସେ ଜାମିନରେ ଆସିଥିଲେ। ହେଲେ ଶୁଭଙ୍କର ଡାଏରିରେ କିନ୍ତୁ ଯେଉଁ ଅଧିକାରୀମାନଙ୍କ ନାମ ଥିଲା, ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଜେରାର ସମ୍ମୁଖୀନ ହୋଇନଥିଲେ। କିଛି ଅଧିକାରୀ ଲୁଚି ଛପି ସିବିଆଇକୁ ସାମ୍ନା କରିଥିବା ଚର୍ଚ୍ଚା ହୋଇଥିଲେ ହେଁ, ସେ ନେଇ କେହି କିନ୍ତୁ କିଛି ମୁହଁ ଖୋଲିନଥିଲେ। ଏହା ପୂରା ରହସ୍ୟ ଘେରରେ ରହିଥିଲା। ଏବେ ଅତି କ୍ଷମତାଶାଳୀ ପ୍ରଶାସନିକ ଅଧିକାରୀଙ୍କ ନାମ ଉଠୁଥିବାରୁ ସବୁଠାରେ ଏହାକୁ ନେଇ ଫୁଟରୁଫାଟର ଚାଲିଛି, ଅଥଚ କେହି କିଛି ଖୋଲାଖୋଲି କହିବାକୁ ସାହସ କରୁନାହାନ୍ତି।

ସେହିଭଳି ସାଧାରଣ ନିର୍ବାଚନ ସରିବାର ଠିକ୍ ବର୍ଷକ ପରେ ସିବିଆଇ ପୁଣି ଥରେ ଚିଟ୍‌ଫଣ୍ଡ କେଳେଙ୍କାରୀ ଫାଇଲ ଖୋଲିବା, ସର୍ବୋପରି ଅତି ସମ୍ବେଦନଶୀଳ ସିସୋର୍‌ରୁ ତଦନ୍ତ ଆରମ୍ଭ କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ େହାଇଛି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଯେଉଁ ମଧୁର ସଂପର୍କ ଥିଲା, ତାହା ଆଉ ନାହିଁ କି? ଏମିତି ଏକ ପ୍ରଶ୍ନ ଉପରେ ଆଲୋଚନା ଜୋର ଧରିଛି।

ଇତିମଧ୍ୟରେ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ ବଙ୍ଗରେ ମଧ୍ୟ ସିବିଆଇ ଚିଟଫଣ୍ଡ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ସିବିଆଇ ପକ୍ଷରୁ ୧୦୨ଟି ମାମଲା ଦାୟର କରିବାକୁ ଯୋଜନା ଚାଲିଛି। ସେଥିମଧ୍ୟରୁ ଆଜି ୭ଟି ଏଫଆଇଆର ଦାଖଲ କରିଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର