ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ରିମାଣ୍ଡରେ ନେବା ପାଇଁ ସିବିଆଇ ଟିମ୍ ଝାରପଡ଼ା ଜେଲରେ ପହଞ୍ଚିଥିବାର ଖବର ମିଳିଛି। ସିବିଆଇର ତଦନ୍ତ ଅଧିକାରୀଙ୍କ ନେତୃତ୍ୱରେ ଜେଲରେ ୪ଜଣିଆ ଟିମ୍ ପହଞ୍ଚିଛନ୍ତି। ସିବିଆଇ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ରିମାଣ୍ଡରେ ନେଇ ଗୁଡ଼େଇ ତୁଡ଼େଇ ବିଭିନ୍ନ ପ୍ରଶ୍ନ ପଚାରି ତାଠାରୁ ଅଧିକ ତଥ୍ୟ ହାସଲ କରିବ ବୋଲି କୁହାଯାଉଛି। ସିବିଆଇ ତଦନ୍ତକାରୀ ଅଧିକାରୀଙ୍କ ସହ ଏକ ଟିମ୍ ବିବନକୁ ନେଇ ଘଟଣାସ୍ଥଳକୁ ନେବେ ବୋଲି ଜଣାପଡ଼ିଛି।
ଏହି ସମୟ ମଧ୍ୟରେ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇପାରେ। ବିବନକୁ ଧରି ତଦନ୍ତକାରୀ ଟିମ୍ ତା ଘରକୁ ମଧ୍ୟ ଯାଇପାରେ। ସେଠାରେ ବିବନ ସମ୍ପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିପାରେ। ଅପରାଧ ଘଟାଇବା ପରେ ବିବନ ଘରକୁ ଆସିଥିଲା କି? ପିନ୍ଧିଥିବା ପୋଷାକ ଲୁଚାଇ ଥିଲା କି? ତନାଘନା ଆରମ୍ଭ ହେବା ପରେ ବିବନ କେବେ ଫେରାର ହୋଇଥିଲା? ବିବନ ପରିବାର ସହ ଯୋଗାଯୋଗରେ ରହୁଥିଲା କି? ବିବନ ଫେରାର ହେବାରେ କାହାର ହାତ ରହିଛି କି? କିଏ ସହଯୋଗ କରିଥିଲା କି?ଏସବୁ ନେଇ ମଧ୍ୟ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ରିମାଣ୍ଡ ସମୟ ମଧ୍ୟରେ ବିବନର ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯିବ। ଆବଶ୍ୟକ ପଡ଼ିଲେ ବିବନକୁ ଆଉ ଥରେ ମଧ୍ୟ ରିମାଣ୍ଡରେ ଆଣିବା ଲାଗି ସିବିଆଇ ଆବେଦନ କରିବ।
/sambad/media/post_attachments/wp-content/uploads/2021/03/jharpada-jail-m5-1.jpg)
ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଗତକାଲି ଟିଆଇ(ଚିହ୍ନଟ) ପରେଡ୍ ହୋଇଥିଲା। ଝାରପଡ଼ା ଜେଲ୍ ପରିସରରେ ହୋଇଥିବା ଏହି ଟିଆଇ ପରେଡ୍ରେ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳକୁ ଅଞ୍ଜନା ଚିହ୍ନଟ କରିଥିଲେ। ସେହିପରି ଘଟଣାଦିନ ଯେଉଁ କାର୍ରେ ଅଞ୍ଜନା ଯାଉଥିଲେ ସେହି ଗାଡ଼ିର ଡ୍ରାଇଭର ନୀଳକଣ୍ଠ ରାଉତ ମଧ୍ୟ ବିବନକୁ ଚିହ୍ନଟ କରିଥିଲେ। ମାତ୍ର ୧୦ ମିନିଟରେ ହୋଇଥିବା ଏହି ଟିଆଇ ପରେଡ୍ରେ ଅଞ୍ଜନା ବିବନକୁ ଚିହ୍ନଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jharpada-jail.jpeg)