କଟକ : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ ଥିବା କଟକ ଜିଲ୍ଲା ଓଲଟପୁର ସ୍ଥିତ ଏସ୍ଭି ନିର୍ତାରରେ ସିବିଆଇର ଏକ ୪ ଜଣିଆ ଟିମ୍ ରେକର୍ଡପତ୍ର ଯାଂଚ କରିଛନ୍ତି। ଓଲଟପୁରସ୍ଥିତ ପ୍ରତିଷ୍ଠାନରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନିୟମିତତା, ଯନ୍ତ୍ରାଂଶ କିଣାରେ ଦୁର୍ନୀତି, ଚାକିରି ପ୍ରଦାନରେ ପାତରଅନ୍ତର ତଥା ବିଭିନ୍ନ ଅଭିଯୋଗ ନେଇ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଉକ୍ତ ଟିମ୍ ପ୍ରତିଷ୍ଠାନର ସମସ୍ତ ରେକର୍ଡ ପତ୍ର ଯାଂଚ କରି ଫେରିଯାଇଛନ୍ତି। ତେବେ ବିଦେଶରୁ କିଣାଯାଇଥିବା ଏକ ମେସିନ୍କୁ ଯେତିକି ଟଙ୍କାରେ କିଣାଯାଇଥିଲା ତା’ଠାରୁ ଅଧିକ ମୂଲ୍ୟ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଟିମ୍ ନିରତାରର ଅର୍ଥ ବିଭାଗ, ପ୍ରଶାସନିକ ବିଭାଗ ତଥା ବିଭିନ୍ନ ବିଭାଗରେ ପହଞ୍ଚି ଏ ସଂପର୍କୀତ ରେକର୍ଡପତ୍ର ଯାଂଚ କରିଥିଲେ। ଏସ୍ଭି ନିର୍ତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ କହିଛନ୍ତି ଯେ ଅଭିଯୋଗ ଆଧାରରେ ସିବିଆଇ ଟିମ୍ ଏଠାକୁ ଯାଂଚ ପାଇଁ ଆସିଥିଲେ। କିନ୍ତୁ ରେକର୍ଡପତ୍ର ସବୁ ଠିକ୍ ଥିବା ନେଇ ଯାଂଚ ପରେ ସେମାନେ ମତ ଦେଇଛନ୍ତି।
ଏସ୍ଭି ନିର୍ତାରରେ ସିବିଆଇ ଟିମ୍ର ଛାନଭିନ୍
/sambad/media/post_attachments/wp-content/uploads/2018/12/nirtat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)