ଝାରସୁଗୁଡ଼ା : ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୨ ଦିନ ପୂରିଯାଇଥିବା ବେଳେ ଆଜିବି ତାଙ୍କୁ କାହିଁକି ଏଏସ୍ଆଇ ଗୋପାଳ ଦାସ ହତ୍ୟା କଲା ତାହା ଆମେ ଜାଣିପାରିନାହୁଁ ବୋଲି କହିଛନ୍ତି ବହୁ କର୍ମୀ ଓ ସମର୍ଥକ। ଶ୍ରାଦ୍ଧସଭାରେ ଯୋଗଦେଇଥିବା ଏହି କର୍ମୀମାନେ ଆଜି ଗଣମାଧ୍ୟମ ଆଗରେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାଧାରଣ ଲୋକଟିଏ ହତ୍ୟାର ଶିକାର ହେଲେ ତାକୁ କାହିଁକି ହତ୍ୟା କରାଗଲା ପୁଲିସ ତୁରନ୍ତ କହିଦେଉଥିବା ବେଳେ ଏତେ ବଡ଼ ଜଣେ ନେତାଙ୍କୁ ଜଣେ ପୁଲିସ ଅଧିକାରୀ କାହିଁକି ହତ୍ୟା କଲେ ତାର କାରଣ ପୁଲିସ କାହିଁକି ଜଣାଉନାହିଁ? ପୁଲିସ ହତ୍ୟା କରିଥିବା ବେଳେ ପୁଲିସ ତଦନ୍ତ କରୁଥିବା ଯୋଗୁ ଏହାର ପ୍ରକୃତ କାରଣ ଜାଣି ହେବ ନାହିଁ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବହୁ କର୍ମୀ କହିଛନ୍ତି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ: ‘କ୍ରାଇମ୍ବ୍ରାଞ୍ଚ ନୁହେଁ, ସିବିଆଇ ତଦନ୍ତ କରୁ’
/sambad/media/post_attachments/wp-content/uploads/2023/02/jhar3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)