ଏକମୋ ଚିକିତ୍ସା ସମ୍ପର୍କରେ ଡିଏମଇଟିଙ୍କ ବୟାନ: ବିଦେଶରୁ ଏକମୋ ଆଣିବାକୁ ଚାଲିଛି ପ୍ରକ୍ରିୟା, ଗୁରୁତର ରୋଗୀଙ୍କ ପାଇଁ ହୋଇପାରେ ଉପାଦେୟ

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଏକମୋ ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆଣି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି ଏବଂ ସେଇଟା ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ରକ୍ଷଣାବେକ୍ଷଣ କରିହେବ । ଏଇଟା ଅସ୍ଥାୟୀ କିଛି ଦିନ ଟାଣି ନେଇପାରେ ।

ଏହା ଏକ ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସୁଫୁସୁ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ଏକମୋର ଆବଶ୍ୟକତା ପଡୁଛି ।

ଏହି ମେସିନକୁ ଏବେ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ସରକାର ସବୁପ୍ରକାରର ଉଦ୍ୟମ କରୁଛନ୍ତି । ଟେଣ୍ଡର ବି ସରିଛି । ଏହା ଏକ ବ୍ୟୟବହୁଳ ଚିକିତ୍ସା । ଆଗରୁ ଫୁସଫୁସ ପ୍ରତିରୋପଣ ପାଇଁ ଏହାକୁ ବ୍ୟବହାର କରାଯାଉଛି । କିନ୍ତୁ ଏବେ କୋଭିଡ ସମୟରେ ଗୁରୁତର ନିମୋନିଆ ହେଲେ, ଭେଂଟିଲେଟର ଫେଲ ମାରିଲେ ଏକମୋର ଆବଶ୍ୟକତା ପଡୁଛି ।

ସମ୍ବନ୍ଧିତ ଖବର