ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହୁଥିବା ବେଳେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ କହିଛନ୍ତି, ‘ରାଜ୍ୟରେ ଏବେ ସଂକ୍ରମଣ ୨୦୦୦ରେ ସ୍ଥିର ରହିଛି। ଅନ୍ୟାନ୍ୟ ଦେଶରେ ମଧ୍ୟ ସଂକ୍ରମଣ ଏହି ଧାରାରେ ହ୍ରାସ ପାଉଛି। ଯାହା ଆଶା କରାଯାଉଛି ଏହା ଖୁବ ଶୀଘ୍ର କମିଯିବ। ଏହାସହ ତୃତୀୟ ଲହର ନ ଆସିଲେ ରାଜ୍ୟ ପାଇଁ ଭଲ ହୁଅନ୍ତା। କାରଣ ଏମିତି ଅନେକ ମହାମାରୀର ଉଦାହାରଣ ରହିଛି ଯାହାର ତୃତୀୟ ଲହର ଆସିନାହିଁ। ରାଜ୍ୟରେ ପ୍ରଥମ ଲହରଠାରୁ ଆରମ୍ଭ କରି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଆଦି ସବୁ ଲହର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ, ଦ୍ୱିତୀୟ ଲହରରେ ଯାହା ଦୋଷ ତ୍ରୁଟି ଥିଲା ତାହାକୁ ଆଗକୁ ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଯଦି ଅଧିକା ସ୍ଥିତି ଉପୁଜେ ସେନେଇ ମଧ୍ୟ ପଦକ୍ଷପ ଗ୍ରହଣ କରାଯିବ।
କଟକ ଭୁବନେଶ୍ୱର ହେଉଛି ସ୍ୱାସ୍ଥ୍ୟ ହବ୍। ଏଠାରେ ସ୍ଥିର ଜନସଂଖ୍ୟା ଅପେକ୍ଷା ଅଧିକ ଅସ୍ଥିର ଲୋକ ଯାତାୟତ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେତେ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ତାହାର ଠିକଣା ନାହିଁ। ଲୋକଙ୍କୁ ଟିକକାରଣ ପାଇଁ ଚେଷ୍ଟା କରାଯାଉଛି। ଭୁବନେଶ୍ୱରରେ ଶେଷ ପର୍ଯ୍ୟାୟରେ ଟିକାକାରଣ ପହଂଚିଲାଣି। ଯଦି ବାହାରୁ ଲୋକଙ୍କ ଆସିବାଟା କିଛି ମାତ୍ରାରେ କମିଯିବ ଏବଂ ଲୋକେ ସର୍ତକତା ଅବଲମ୍ବନ କରିବେ ତେବେ ଯାଇ ସଂକ୍ରମଣ କମିବାର ସମ୍ଭାବନା ରହିଛି।
ଗୋଟିଏ ଭାଇରସ ମଣିଷ ଉପରେ କେମିତି ରହୁଛି ତାହା ଭାଇରସ ଉପରେ ନିର୍ଭର କରେ। କୌଣସି ଭାଇରସ ପାଇଁ ଔଷଧ ବହାରିନାହିଁ। ଭଲ ଭାବରେ ସତର୍କ ହେବା ଆବଶ୍ୟକ।
ଏବେ ସୁଦ୍ଧା ରାଜ୍ୟରେ ୨ଟି ଇକମୋ ମେସିନ ଆସି ପହଁଚିଛି । ଟ୍ରେନିଂ ଦିଆଯାଉଛି । ଏସସିବିରେ ବହୁତ ଲୋକ ଅଛନ୍ତି କାର୍ଯ୍ୟ କରିବା ପାଇଁ। ଯେଉଁମାନଙ୍କୁ ନିଯୁକ୍ତ କରାଯାଇଛି ସେମାନଙ୍କର ୩ ବର୍ଷର ଅଭିଜ୍ଞତା ରହିଛି। ସମସ୍ତଙ୍କୁ ଇକମୋ ଟ୍ରେନିଂ ପାଇଁ କଲିକତା ପଠାଯିବ। ଏହା ଯୁଦ୍ଧକାଳୀନ ଭିତ୍ତିରେ ଇନଷ୍ଟଲ କରାଯିବ। ଏହାକୁ ଏସିବିରେ ରଖିବା ସମ୍ଭବପର ହେବ। ଯଦି ଆବଶ୍ୟକ ହୁଏ ତେବେ ସେତିକି ମାନବ ସମ୍ବଳ ରହେ ତେବେ ଅନ୍ୟ ହସ୍ପିଟାଲରେ କରାଯିବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dr-c-b-k-mohanty-1-630x430-1.jpg)