ସମ୍ବଲପୁର: ସିବିଏସ୍ଇ ୧୦ ପରୀକ୍ଷା ଫଳ ମଧ୍ୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁରର ଅନେକ ବିଦ୍ୟାଳୟ ଚଳିତବର୍ଷ ବେଶ୍ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ହସ୍ତାଗତ ହୋଇଥିବା ତଥ୍ୟ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଶ୍ରେଷ୍ଠା ଘୋଷ, ମନସ୍ବୀ ଶ୍ରୀବାସ୍ତବ ଓ ଆୟୂଷ୍ମତୀ ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
କେଭି-୧ରେ ୨୧୭ ଜଣ ଚାତ୍ରଛାତ୍ରୀ ଚଳିତବର୍ଷ ୧୦ମ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କେଭି-୧ରେ ଶ୍ରେଷ୍ଠା ଘୋଷ ସର୍ବାଧିକ ୯୯.୬୦ ପ୍ରତିଶତ ରଖିଛନ୍ତି। ବୁର୍ଲା ଡିଏଭିରେ ଚଳିତବର୍ଷ ୧୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଗୁରୁ ନାନକ ପବ୍ଲିକ ସ୍କୁଲରେ ୧୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୧୫ ଜଣ ଛାତ୍ରଛାତ୍ରୀ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୫ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ବିକାଶ ସ୍କୁଲ୍ରେ ଚଳିତବର୍ଷ ୧୨୦ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେଭେନ୍ ହିଲ୍ସ ବିଦ୍ୟୁଳୟରେ ଚଳିତବର୍ଷ ୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କେଭି-୨ରେ ଚଳିତବର୍ଷ ୪୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୩୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଦନାବତୀ ପବ୍ଲିକ୍ ସ୍କୁଲ୍ର ୧୬୭ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେଇଥିବା ବେଳେ ୧୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ନବୋଦୟ ବିଦ୍ୟାଳୟରେ ଚଳିତବର୍ଷ ୮୦ ଜଣ ଛାତ୍ରଛାତ୍ରୀ ୧୦ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ରେ ଚଳିତବର୍ଷ ୪୨ ଜଣ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୧୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ନାମ ପ୍ରତିଶତ ବିଦ୍ୟାଳୟ
ଶ୍ରେଷ୍ଠା ଘୋଷ ୯୯.୬୦ କେଭି-୧
ମନସ୍ବୀ ଶ୍ରୀବାସ୍ତବ ୯୮.୮୦ କେଭି-୧
ଆୟୂଷ୍ମତୀ ପଣ୍ଡା ୯୮.୪୦ କେଭି-୧
ଧରିତ୍ରୀ ଶତପଥୀ ୯୮.୨ ଡିଏଭି
ସ୍ନେହା ପଟେଲ୍ ୯୭.୪ ଡିଏଭି
ସ୍ବାତୀ ମହାପାତ୍ର ୯୭ ଡିଏଭି
ସ୍ତୁତି ଅଗ୍ରଵାଲ ୯୭ ଡିଏଭି
ଶ୍ରେୟାନ୍ସ ଦାନି ୯୭ ଡିଏଭି
ଆଦ୍ୟାଶା ଶତପଥୀ ୯୮.୨ ଗୁରୁ ନାନକ
ଆଶୁତୋଷ ରାଉତ ୯୭.୨ ଗୁରୁ ନାନକ
ଲିପ୍ସାରାଣୀ ମିର୍ଦ୍ଧା ୯୭.୨ ଗୁରୁ ନାନକ
ସ୍ନେହା ନାୟକ ୯୭ ଗୁରୁ ନାନକ
ସ୍ବପ୍ନିଲ୍ ବର୍ମା ୯୮ ବିକାଶ କନ୍ସେପ୍ଟ ସ୍କୁଲ୍
ଅମୃତ ପଣ୍ଡା ୯୭.୮ ବିକାଶ କନ୍ସେପ୍ଟ ସ୍କୁଲ୍
ସ୍ବରିତ ଅଗ୍ରଵାଲ୍ ୯୭.୨ ବିକାଶ କନ୍ସେପ୍ଟ ସ୍କୁଲ୍
ସୁଶ୍ରୀ ସୁଦିପ୍ତା ଜେନା ୯୭.୪ ସେଭେନ୍ ହିଲ୍ସ
ସୁଲଗ୍ନା ଦାଶ ୯୬.୪ କେଭି-୨
ଅନ୍ନିଶା ମିଶ୍ର ୯୪ କେଭି-୨
ସୈଲଜା ଦାସ ୯୩.୨ କେଭି-୨
ସ୍ନେହାସ୍ରିତା ମହାନ୍ତି ୯୬.୪ ମଦନାବତୀ
ଆଦ୍ୟାଶ୍ରୀ ପାଢ଼ୀ ୯୫ ମଦନାବତୀ
ଶୁଭମ ସରାଫ ୯୪.୬ ମଦନାବତୀ
ଅନ୍ବେଷା ପ୍ରିୟଦର୍ଶିନୀ ସାହୁ ୯୫.୪ ନବୋଦୟ
ପ୍ରିତିନନ୍ଦା ଦାସ ୯୫.୨ ନବୋଦୟ
ଜାଗୃତି ଭୋଇ ୯୪.୬ ନବୋଦୟ
ଜସ୍ମିନ୍ ଓରାମ ୯୪.୬ ନବୋଦୟ
ଶ୍ଲୋକ ସିଂହ ୯୭.୬ ଡିପିଏସ୍
ପ୍ରାଯୁର୍ଯ୍ୟ ଏସ୍ ମହାପାତ୍ର ୯୬ ଡିପିଏସ୍
ରୋସ୍ନୀ ସିଂ ୯୫.୬ ଡିପିଏସ୍
ନିର୍ଭୟ ପ୍ରତାପ ସିଂ ୯୫.୬ ଡିପିଏସ୍