ଅଧ୍ୟାପକ ହେବାର ଲକ୍ଷ୍ୟ ରଖିଛନ୍ତି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ଵିତୀୟ ଟପ୍ପର ହୋଇଥିବା ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା

ଭବାନୀପାଟଣା : ଚଳିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଆଦ୍ୟଶା ବେହେରା ଜିଲ୍ଲାରେ ଦ୍ଵିତୀୟ ଟପ୍ପର ହୋଇଛନ୍ତି । ସେ ୯୭ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କଲମପୁର ବ୍ଲକର ମାଟିଖାଲ ଗ୍ରାମର ସ୍ୱର୍ଗତ ମନୋଜ କୁମାର ବେହାରାଙ୍କ ଝିଅ ଅଟନ୍ତି । ତାଙ୍କ ମା’ ପ୍ରଣତି ମିଶ୍ର କାମଠଣାସ୍ଥିତ କସ୍ତୁରବାଗାନ୍ଧୀ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ବର୍ତ୍ତମାନ ଭବାନୀପାଟଣା ସହରସ୍ଥିତ ୱାର୍ଡ ନଂ ୪ ଶକ୍ତିନଗର ପଡାର ତାଙ୍କ ଅଜା ବିଶିଷ୍ଟ ଚିତ୍ରଶିଳ୍ପୀ ଓ ସଙ୍ଗୀତଜ୍ଞ ପ୍ରଭାସଚନ୍ଦ୍ର ମିଶ୍ରଙ୍କ ଘରେ ରହି ପାଠ ପଢୁଥିଲେ । ଦୈନିକ ପ୍ରାୟ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଠ ପଢୁଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲର ଶିକ୍ଷକ ମାନେ ବିଭିନ୍ନ ବିଷୟରେ ଏକ୍ସଟ୍ରା କ୍ଳାସ ଓ ପ୍ରିବୋର୍ଡ ମାଧ୍ୟମରେ ପ୍ରଶ୍ନ ଗୁଡିକର ଉତ୍ତର ଅଭ୍ୟାସ କରିବା ପାଇଁ ସହଯୋଗ କରୁଥିଲେ । ମାନସିକ ଭାବରେ କିଭଳି ଠିକ ରହିବେ ସେଥି ପାଇଁ ଉତ୍ସାହ ପ୍ରଦାନ କରୁଥିଲେ । ତାଙ୍କ ମା’, ଅଜା ଓ ମାମୁଁ ଅଧ୍ୟାପକ ପ୍ରଦୀପ ମିଶ୍ର ପରୀକ୍ଷାରେ ଭଲ କରିବା ପାଇଁ ସବୁବେଳେ ପ୍ରେରଣା ଯୋଗାଉଥିଲେ। ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ନ ହୋଇ ଅଧିକ ପ୍ରାକ୍ଟିସ କରିବା ସଫଳତାର ମନ୍ତ୍ର ବୋଲି ପରାମର୍ଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ସିବିଏସସି ବିଜ୍ଞାନରେ ଦ୍ଵିତୀୟ ଟପ୍ପର ହୋଇଥିବା ନେଇ ବିଭିନ୍ନ ମହଳରେ ଶୁଭେଚ୍ଛାର ସୁଅ ଛୁଟୁଛି ।

ସମ୍ବନ୍ଧିତ ଖବର