ଭୁବନେଶ୍ବର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କଟକ ନରଣପୁରସ୍ଥିତ କେଏମ୍ବିବି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ମୋଟ ୮୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬ଜଣ ୯୦%ରୁ ଅଧିକ ନମ୍ୱର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ସିଂହ ୯୬.୨%, ଟୁଟୁନ୍ କୁମାର ସାହୁ ୯୪.୬%, ଦିବ୍ୟନନ୍ଦନ ନାୟକ ୯୦.୮%, ସୌମ୍ୟଜିତ ସାହୁ ୯୦.୮%, ସୌମ୍ୟରଞ୍ଜନ ସାହୁ ୯୦.୨%, ଲିପାରାଣୀ ଦାସ ୯୦% ନମ୍ବର ରଖିଛନ୍ତି। ବିଦ୍ୟାଳୟର ଉତ୍ତୀର୍ଣ୍ଣ ହାର ୯୭% ରହିଛି। ସମସ୍ତ କୃତୀ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାସନିକ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ଓ ଶିକ୍ଷାନୁଷ୍ଠାନ ସମୂହର ଶିକ୍ଷା ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଦୀପ୍ତ କୁମାର ସିଂହ