ସିବିଏସ୍‌ଇ ଦ୍ବାଦଶ ରେଜଲ୍‌ଟ: ବିଜ୍ଞାନରେ ୟଶ୍‌ଭି, ବାଣିଜ୍ୟରେ ଖୁସି ଓ ସ୍ବାତୀ ରାଉରକେଲା ଟପ୍ପର

ରାଉରକେଲା: ଶୁକ୍ରବାର ଗୋଟିଏ ଦିନରେ ପ୍ରଥମେ ସିବିଏସ୍‌ଇ ଦ୍ବାଦଶ ଓ ମାଟ୍ରିକ ଫଳ ପ୍ରକାଶ ପାଇଛି। ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ବିଜ୍ଞାନରେ ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଳିକ ସ୍କୁଲର ୯୯.୬% ନମ୍ବର ରଖି ଯଶ୍‌ଭି ପରମାର୍‌ ଓ ବାଣିଜ୍ୟରେ  ୯୯.୬% ନମ୍ବର ରଖି ଖୁସି ଜସ୍ବାଲ ଓ ସ୍ବାତୀ ମାହେଶ୍ବରୀ ସହରରେ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ବାସନ୍ତୀକଲୋନି ଡିଏଭି ପବ୍ଲିକ ସ୍କୁଲର ଦିବ୍ୟରଞ୍ଜନ ସାମଲ ୯୮.୪% ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଦିଲ୍ଲୀ ପବ୍ଲିକ ସ୍କଲ ବାଜିମାତ୍‌ ମାରିଛି। ସହରରେ ଅନ୍ୟ ସମସ୍ତ ସ୍କୁଲରେ ଶତ ପ୍ରତିଶତ ରେଜ୍‌ଲଟ ହୋଇଛି।

ଦିଲ୍ଲୀ ପବ୍ଲିକ ସ୍କୁଲ : ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଲିକ ସ୍କଲରେ ବିଜ୍ଞାନରେ ୯୯.୬% ନମ୍ବର ରଖି ଯଶଭି ପରମାର ସ୍କୁଲ ନୁହେଁ ବରଂ  ରାଉରକେଲା ସହରରେ ଟପ୍ପର ହୋଇଛନ୍ତି। ଆରିୟନ ପଟେଲ ୯୮.୮% ନମ୍ବର ରଖି ସ୍କୁଲର ଦ୍ବିତୀୟ ଓ ୯୭.୨% ନମ୍ବର ରଖି ଆସ୍ଥା ବସ୍ତିଆ ତୃତୀୟ ସ୍ଥାନରେ ରହିଛନ୍ତି। ବିଜ୍ଞାନରେ ୫୧ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୫୭ ଛାତ୍ରଛାତ୍ରୀ ୮୦ରୁ୯୦%, ୩୪ ଛାତ୍ରଛାତ୍ରୀ ୭୦ରୁ ୮୦%, ୧୮ ଛାତ୍ରଛାତ୍ରୀ ୬୦ରୁ ୭୦% ଓ ୩ ଛାତ୍ରଛାତ୍ରୀ ୫୦ରୁ ୬୦% ନମ୍ବର ରଖିଛନ୍ତି। ବାଣିଜ୍ୟରେ ଖୁସି ଜସ୍ବାଲ ଓ ସ୍ବାତୀ ମାହେଶ୍ବରୀ ଉଭୟେ ୯୯.୬% ନମ୍ବର ରଖି ସହର ସହ ସ୍କୁଲର ଟପ୍ପର ହୋଇଚନ୍ତି। ୯୯.୨% ନମ୍ବର ରଖି ତମନ୍ନା ଗୋଏଲ ସ୍କୁଲର ଦ୍ବିତୀୟ ଓ ୯୮.୮% ନମ୍ବର ରଖି ଯଶ୍‌ ମୁନ୍‌ଧାରା ତୃତୀୟ ସ୍ଥାନରେ ରହିଛନ୍ତି। ୨୮ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୩୨ ଛାତ୍ରଛାତ୍ରୀ ୮୦ରୁ୯୦%, ୩୩ ଛାତ୍ରଛାତ୍ରୀ ୭୦ରୁ୮୦%, ୧୭ ଛାତ୍ରଛାତ୍ରୀ ୬୦ରୁ୭୦% ଓ ୮ ଛାତ୍ରଛାତ୍ରୀ ୫୦ରୁ୬୦% ନମ୍ବର ପାଇଛନ୍ତି। ହ୍ୟୁମାନିଟିଜ୍‌ରେ ଆକ୍ରିଶୀ ଚାୱଲା ଓ ଆକାଂକ୍ଷା ବେହେରା ୯୭.୨% ନମ୍ବର ରଖିଛନ୍ତି। ତନୀଷା ଠାକୁରଙ୍କୁ ୯୫.୮% ଓ ଅଙ୍କିତା ପଟ୍ଟନାୟକଙ୍କୁ ୯୫.୬% ନମ୍ବର ମିଳିଛି।

ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ : ସେକ୍ଟର-୫ସ୍ଥ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ବିଜ୍ଞାନରେ ୯୭.୪% ନମ୍ବର ରଖି ଆଶୁତୋଷ ଦାସ ସ୍କଲର ଟପ୍ପର ‌ହୋଇଛନ୍ତି। ୯୬% ନମ୍ବର ରଖି ଅଙ୍କିତ କୁମାର ପଟେଲ ଦ୍ବିତୀୟ, ୯୫.୮% ନମ୍ବର ରଖି ସ୍ବାଧୀନ ମହାନ୍ତି ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରୟାସ କୁମାର ନାୟକ ୯୫.୬%, ଆଦ୍ୟାଶା ପ୍ରିୟଦର୍ଶନୀ ୯୪.୮%, ଆରିୟନ ପଢ଼ିଆରୀ ୯୪.୮%, ପ୍ରୀତି କୁମାରୀ ୯୪.୬%, ଓଜେସ୍‌ ଚଞ୍ଚଲ ୯୪.୨% ନମ୍ବର ପାଇଛନ୍ତି। ବିଜ୍ଞାନରେ ମୋଟ ୨୪୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବାଣିଜ୍ୟରେ  ସାୟିମା ସାହିତ ୯୭.୪% ନମ୍ବର ରଖି ସ୍କୁଲରେ ଟପ୍ପର ହୋଇଛନ୍ତି। ୯୦.୬% ନମ୍ବର ରଖି ମନୋଜ ଗୋଏଲ ଓ ୟଶ ଅଗ୍ରୱାଲ  ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୨ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି।

ଡିଏଭି ପବ୍ଳିକ ସ୍କୁଲ : ବାସନ୍ତୀକଲୋନିସ୍ଥ ଡିଏଭି ପବ୍ଲିକ ସ୍କୁଲରେ ବିଜ୍ଞାନରେ ମୋଟ ୧୫୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ  ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୪୦ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୪୯ ଛାତ୍ରଛାତ୍ରୀ ୮୦ରୁ ୮୯%, ୪୧ ଛାତ୍ରଛାତ୍ରୀ ୭୦ରୁ ୭୯% ନମ୍ବର ରଖିଛନ୍ତି। ୯୮.୪% ନମ୍ବର ରଖି ଦିବ୍ୟରଞ୍ଜନ ସାମଲ ସ୍କୁଲର ଟପ୍ପର ହୋଇଛନ୍ତି। ୯୭% ନମ୍ବର ରଖି ସତ୍ୟ ପ୍ରକାଶ ଜେନା ଓ ମନିଶ ଚୌଧୁରୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ୯୫.୨% ନମ୍ବର ରଖି ସୋନାଲି ରାଣୀ ନାୟକ ସ୍କୁଲର ଟପ୍ପର ହୋଇଛନ୍ତି। ୯୩.୨% ନମ୍ବର ରଖି ପାଉଲ ଦଧିଚି ଦ୍ବିତୀୟ, ୯୨.୬% ନମ୍ବର ରଖି ବୈଶାଳୀ ପ୍ରହରାଜ ତୃତୀୟ ସ୍ଥାନରେ ରହିଛନ୍ତି। ୪ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୧୯ ଛାତ୍ରଛାତ୍ରୀ ୮୦ରୁ ୮୯% , ୨୦ ଛାତଅଛାତ୍ରୀ ୭୦ରୁ ୭୯% ନମ୍ବର ରଖିଛନ୍ତି।

ଗୁରୁ ନାନକ ପବ୍ଳିକ ସ୍କୁଲ: ସେକ୍ଟର-୨୧ସ୍ଥ ଗୁରୁ ନାନକ ପବ୍ଲିକ ସ୍କୁଲରେ ବିଜ୍ଞାନରେ୯୬.୮% ନମ୍ବର ରଖି ଏସ୍‌.ହରିପ୍ରିୟା ଦେବୀ ସ୍କୁଲରେ ଟପ୍ପର ହୋଇଛନ୍ତି। ୯୬.୨% ନମ୍ବର ରଖି ଶ୍ରଦ୍ଧା ସୁମନ ମହାପାତ୍ର ଓ ରୋନିତ କୁମାର ଯାଦବ ଦ୍ବିତୀୟ ସ୍ଥାନରେ ରହିଛନ୍ତି।  ବାଣିଜ୍ୟରେ ୯୭.୨% ନମ୍ବର ରଖି ଶ୍ରୁତି ସାଇ ତ୍ରିପାଠୀ ସ୍କୁଲର ପ୍ରଥମ ହୋଇଛନ୍ତି। ୯୩.୮% ନମ୍ବର ରଖି  ଅନୁପ୍ରିୟା ଜୋଜୋ ଦ୍ବିତୀୟ ଓ ୯୩.୬% ନମ୍ବର ରଖି ନମନ୍‌ ବବୁଟା ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର