ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବାକି ପରୀକ୍ଷା ତାରିଖ ଘୋଷଣା ଆଜି

ଭୁବନେଶ୍ବର : ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଦ୍ବାରା ପରିଚାଳିତ ବିଦ୍ୟାଳୟରେ ସ୍ଥଗିତ ରହିଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ସୋମବାର ଘୋଷଣା‌ ହେବ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ସୋମବାର ସନ୍ଧ୍ୟା ସୁଦ୍ଧା ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟୁଇଟ୍‌ କରି ଜଣାଇଛନ୍ତି।

ସମ୍ବନ୍ଧିତ ଖବର