ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏଥର ବି ୱେବସାଇଟ୍ରେ ଛଡ଼ାଯାଇ ନାହିଁ। ପରୀକ୍ଷାର୍ଥୀ ନିଜ ସ୍କୁଲରୁ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ବର୍ତମାନ ସମୟରେ ପରୀକ୍ଷାର୍ଥୀଙ୍କୁ କୌଣସି ପ୍ରକାର ମାର୍କସିଟ୍ କିମ୍ବା ପାସ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ନାହିଁ। ଟର୍ମ-୨ ପରୀକ୍ଷା ପରେ କେବଳ ଗୋଟିଏ ମାର୍କସିଟ୍ ଓ ପାସ୍ ସାର୍ଟିଫିକେଟ୍ ଦିଆଯିବ। ଯେଉଁଥିରେ ଟର୍ମ-୧ ପରୀକ୍ଷା ଫଳ ସମ୍ପର୍କରେ ଉଲ୍ଲେଖ ରହିବ। ଉଭୟ ପରୀକ୍ଷାର ମାର୍କର ୱେଟେଜ୍ ଆଧାରରେ ଏହି ନିଷ୍ପତ୍ତି ନିଆଯିବ। ଟର୍ମ-୨ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ପରିବର୍ତନ ହେବନି। ଟର୍ମ-୧ରେ ଛାତ୍ରଛାତ୍ରୀ ଯେଉଁଠି ପରୀକ୍ଷା ଦେଇଥିଲେ ଏଥର ମଧ୍ୟ ସେଠାରେ କେନ୍ଦ୍ର କରାଯିବ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର ଦ୍ବନ୍ଦ୍ବ ରହିଥିବ ତେବେ ସେମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ।
ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ଟର୍ମ-୧ ଫଳ ପ୍ରକାଶ
/sambad/media/post_attachments/wp-content/uploads/2019/08/cbse-n-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)