ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି (ମେ’ ୧୩)ରେ ପ୍ରକାଶ ପାଇପାରେ। ପୂର୍ବାହ୍ନ ୧୦ଟା ମଧ୍ୟରେ ଦ୍ବାଦଶ ଶ୍ରେଣୀ ଏବଂ ଏହାର ଦୁଇ ଘଣ୍ଟା ପରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ।ପରୀକ୍ଷାର୍ଥୀମାନେ  ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆର୍‌ଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷା ଫଳ ଉପଲବ୍ଧ ହେବ। ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Advertisment

ଚଳିତଥର ଉଭୟ ଦ୍ବାଦଶ ଓ ଦଶମ ଶ୍ରେଣୀରେ ୪୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ଦଶମରେ ୨୪ଲକ୍ଷ ୧୨ ହଜାର ଓ ଦ୍ବାଦଶରେ ୧୭ଲକ୍ଷ ୮୮ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଫେବ୍ରୁଆରି ୧୫ରୁ ଏପ୍ରିଲ ୪ ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାର ଉଭୟ ଶ୍ରେଣୀରେ ଓଡ଼ିଶାରୁ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।