ସିବିଏସଇ ଦଶମ ପରୀକ୍ଷା ଫଳ: ଭୁବନେଶ୍ୱର ରିଜିଅନରେ ୯୩.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ହେଉଛି ୯୧ ଦଶମିକ ୪୬ ପ୍ରତିଶତ । ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ୦ ଦଶମିକ ୩୬ ପ୍ରତିଶତ ପାସ ହାର ଅଧିକ ରହିଛି । ଭୁବନେଶ୍ୱର ରିଜିଅନରେ ୯୩ ଦଶମିକ ୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯ ଦଶମିକ ୨୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ସିବିଏସଇରେଜଲ୍ଟସ ଡଟ ଏନଆଇସି ଡଟ ଇନରେ ରେଜଲ୍ଟ ଉପଲବ୍ଧ ହେଉଛି । ଚଳିତ ବର୍ଷ କୋଭିଡ ୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବାବେଳେ ୬ ଟି ବିଷୟର ପରୀକ୍ଷା ସ୍ଥଗିତ ହୋଇଥିଲା ।

ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ନମ୍ୱରକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ନମ୍ୱର ହିସାବରେ ସେମାନଙ୍କୁ ନମ୍ୱର ଦିଆଯାଇଛି । ଚଳିତ ବର୍ଷ ଓଡିଶାରୁ ୨୨ ହଜାର ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିଲେ ।

ସମ୍ବନ୍ଧିତ ଖବର