ଭୁବନେଶ୍ବର : ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଅନ୍ଲାଇନ୍ରେ ହେବ। ବୋର୍ଡ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ/ପ୍ରୋଜେକ୍ଟ/ଇଣ୍ଟରନାଲ ଆସେସ୍ମେଣ୍ଟ ସ୍କୁଲସ୍ତରରେ କରି ଜୁନ୍ ୧୧ ସୁଦ୍ଧା ସିବିଏସ୍ଇ ୱେବସାଇଟ୍ରେ ଦିଆଯାଇଥିବା ଲିଙ୍କ୍ରେ ମାର୍କ ଦାଖଲ କରିବାକୁ ଫେବ୍ରୁଆରି ୧୧ରେ କୁହାଯାଇଥିଲା। ତେବେ ଏବେ ଦେଖିବାକୁ ମିଳିଛି ଯେ କରୋନା ସଂକ୍ରମଣ ଯୋଗୁଁ କେତେକ ବିଦ୍ୟାଳୟ ଏପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା କରିପାରି ନାହାନ୍ତି। ତେଣୁ ଯେଉଁ ବିଦ୍ୟାଳୟ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ର୍ରାକ୍ଟିକାଲ/ଇଣ୍ଟରନାଲ ଆସେସ୍ମେଣ୍ଟ କରିନାହାନ୍ତି ସେମାନେ ଅନ୍ଲାଇନ୍ ମାଧ୍ୟମରେ କରିପାରିବେ। ଜୁନ୍ ୨୮ ସୁଦ୍ଧା ପରୀକ୍ଷାର୍ଥୀଙ୍କ ମାର୍କ ସିବିଏସ୍ଇ ପକ୍ଷରୁ ଦିଆଯାଇଥିବା ଲିଙ୍କ୍ରେ ଦାଖଲ କରିବେ। ଏଥିପାଇଁ ସିବିଏସ୍ଇ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି ହୋଇଛି। କୋଭିଡ୍-୧୯ କଟକଣା ଭିତରେ ପରୀକ୍ଷା କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। କୌଣସି ବି ପରିସ୍ଥିତିରେ ଜୁନ୍ ୨୮ ପରେ ମାର୍କ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
ଅନ୍ଲାଇନ୍ରେ ସିବିଏସ୍ଇ ଦ୍ବାଦଶ ପ୍ରାକ୍ଟିକାଲ ପରୀକ୍ଷା, ଜୁନ୍ ୨୮ ସୁଦ୍ଧା ମାର୍କ ଦାଖଲ କରିବାକୁ ନିର୍ଦେଶ
/sambad/media/post_attachments/wp-content/uploads/2021/04/cbse-exam.jpg)