ଭୁବନେଶ୍ବର: ପ୍ରତିଯୋଗିତା ନିୟମ, ୨୦୦୨ର ଧାରା ୩୧ (୧) ଅନୁଯାୟୀ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ଦ୍ୱାରା ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ର ଅଂଶଧନ ବା ସେୟାର ଅଧିଗ୍ରହଣକୁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଅନୁମୋଦନ ପ୍ରଦାନ କରିଛି।
ସରକାରୀ ଉଦ୍ୟୋଗ ଓଏଚ୍ପିସିର ସମ୍ପୂର୍ଣ୍ଣ ମାଲିକାନା ଏବଂ ନିୟନ୍ତ୍ରଣ ଅଧିକାର ଓଡ଼ିଶା ସରକାରଙ୍କ ପାଖରେ ରହିଛି। ଜଳ ବିଦ୍ୟୁତ୍ ଏବଂ ସୌର ଶକ୍ତି ଯୁକ୍ତ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି ଓଏଚ୍ପିସି।/sambad/media/post_attachments/wp-content/uploads/2020/12/OHPC.jpg)
ସେହିପରି ରାଷ୍ଟ୍ରାୟତ୍ତ ମିଳିତ ଉଦ୍ୟୋଗ ଓପିଜିସି ର ୫୧% ସେୟାର ବା ଅଂଶଧନ ଓଡ଼ିଶା ସରକାର ଏବଂ ଅବଶିଷ୍ଟ ୪୯% ସେୟାର ଏଇଏସ୍ ଓପିଜିସି ହୋଲଡିଂ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଆମେରିକୀୟ କମ୍ପାନି ଏଇଏସ୍ କର୍ପୋରେସନ ପାଖରେ ରହିଛି। ଏହା କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ ଏବଂ କ୍ଷୁଦ୍ର ହାଇଡ୍ରୋ ବିଦ୍ୟୁତ୍ ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ବ୍ୟବସାୟରେ ନିୟୋଜିତ।
ସେୟାର ବିକ୍ରୟ ଏବଂ କ୍ରୟ ଚୁକ୍ତିନାମା ଅନୁଯାୟୀ, ଏଇଏସ୍ ଓପିଜିସି ହୋଲଡିଂ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଅଧିନରେ ଥିବା ୪୯% ଇକ୍ୱିଟି ସେୟାରକୁ ଓଏଚ୍ପିସି ଅଧିଗ୍ରହଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/OPGC.jpg)