ଭୁବନେଶ୍ବର : ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଚାରିଜଣ ନୁହେଁ, ଜଣେ ଛାତ୍ରୀ ଗର୍ଭବତୀ େହାଇଥିବା େନଇ ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ତେବେ ଛାତ୍ରୀନିବାସରେ ନୁେହଁ, ବରଂ ତାଙ୍କ ଘରେ ସଂପୃକ୍ତ ଛାତ୍ରୀ ଗର୍ଭବତୀ େହାଇଛନ୍ତି େବାଲି ଆଜି ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ କହିଛନ୍ତି। ସେହିପରି ୨୦୧୯ ଜାନୁଆରି ଓ େଫବ୍ରୁଆରି ମାସରେ ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାର ୨ଜଣ ଛାତ୍ରୀ ଅସଦାଚରଣ ଶିକାର ଘଟଣାରେ ମଧ୍ୟ ସରକାର ନିଜ ମୁଣ୍ଡରୁ େଦାଷ ଝାଡ଼ି େଦଇଛନ୍ତି। ଏ ଘଟଣା ମଧ୍ୟ ମନ୍ତ୍ରୀ କହିଛନ୍ତି େଯ ଛାତ୍ରୀମାନେ ଗାଁରେ ଥିବାବେଳେ ଏମିତି ଘଟଣା ଘଟିଥିଲା। ଏଥିସହିତ ବିଭାଗୀୟ ଆବାସିକ ବିଦ୍ୟାଳୟ ପରିସରକୁ ତଦାରଖ କରିବା ପାଇଁ ୧୧୨୦ଟି ସିସିଟିଭିର ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଥିେଲ।
ଜୁଲାଇ ୨ ତାରିଖରେ କଂଗ୍ରେସ ବିଧାୟକ ଦଳ େନତା ନରସିଂହ ମିଶ୍ର, ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରସଙ୍ଗ ଗୃହରେ ଉତ୍ଥାପନ କରିଥିଲେ। ଏହାକୁ ନେଇ ଗୃହରେ ଘମାଘୋଟ ଆେଲାଚନା େହାଇଥିଲା। ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରସଙ୍ଗରେ ଗୃହରେ ବିବୃତି ଦେବା ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ନିେର୍ଦଶ ଦେଇଥିଲେ।
ଆଜି ପ୍ରଶ୍ନକାଳ ସରିବା ମାତ୍ରେ ମନ୍ତ୍ରୀ ଶ୍ରୀ ସାରକା ଗୃହରେ ଦୁଇ ପୃଷ୍ଠାର ବିବୃତି ପଢ଼ିଥିଲେ। କହିଥିଲେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲମାନଙ୍କର ଶିକ୍ଷାର ଉନ୍ନତି ପାଇଁ ବିଭାଗ ୧୬୭୦ଟି ବିଦ୍ୟାଳୟ ଓ ୬୫୦୦ ହଷ୍ଟେଲ ସ୍ଥାପନ କରିଛନ୍ତି। ଏଥିରେ ପ୍ରାୟ ୫ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି। େସଥିରୁ ପ୍ରାୟ ୩ଲକ୍ଷ ୩୦ ହଜାର ଛାତ୍ରୀ ଅଛନ୍ତି।
ନିୟମ ଅନୁସାରେ, ଛୁଟି ପରେ ବିଦ୍ୟାଳୟରେ େଯାଗ ଦେବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଭାଗ ତରଫରୁ ନିେର୍ଦଶ ଅଛି। ଏହି କ୍ରମରେ େଖାର୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗ୍ରୀଷ୍ମ ଛୁଟି ପରେ ଭୁବନେଶ୍ବର ଛାତ୍ରୀନିବାସରେ ସମସ୍ତ ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷାରୁ ୪ଜଣ ଛାତ୍ରୀଙ୍କ ଗର୍ଭ ପରୀକ୍ଷା ପଜିଟିଭ୍ ସନ୍ଦେହ େହାଇଥିଲା। ଏହାପରେ ସଂପୃକ୍ତ ଛାତ୍ରୀଙ୍କର ବିସ୍ତୃତ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା। ସେଥିରୁ ଜଣେ ଛାତ୍ରୀଙ୍କର ପଜିଟିଭ୍ ଓ ଅନ୍ୟ ତିନିଜଣଙ୍କର ନେଗେଟିଭ୍ ଜଣାପଡିଥିଲା। ଏ େନଇ ସଂପୃକ୍ତ ଛାତ୍ରୀଙ୍କ ପରିବାରବର୍ଗ ଓ ପୁଲିସକୁ ସୂଚନା ଦିଆ ଯାଇଥିଲା।
ପ୍ରାଥମିକ ତଦନ୍ତ ପରେ ପୁଲିସଠାରୁ ଜଣାପଡିଛି େଯ ୨୦୧୯ ଗ୍ରୀଷ୍ମଛୁଟିରେ ସଂପୃକ୍ତ ଛାତ୍ରୀ ନିଜ ଘରକୁ ଯାଇଥିଲେ। ସେହି ସମୟରେ ଛାତ୍ରୀଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି ବାରମ୍ବାର ଯିବା ଆସିବା କରୁଥିଲା। ବ୍ୟକ୍ତିଜଣକ ଛାତ୍ରୀଙ୍କୁ ନିଜ ଘରକୁ ନେଇ ସଂପର୍କ ରଖିଥିଲା। ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତକୁ ପୁଲିସ ୨ ତାରିଖରେ ଗିରଫ କରିଛି।
ମନ୍ତ୍ରୀ କହିଥିଲେ, ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଛାତ୍ରୀମାନଙ୍କର ନିରାପତ୍ତା ନିମନ୍ତେ ୩୦୦୦ ମାଟ୍ରନ୍ ନିେୟାଜିତ େହାଇଛନ୍ତି। ସେହିପରି ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ୩୩୬ ଏଏନ୍ଏମ୍ ପଦବି ସୃଷ୍ଟି କରାଯାଇ ବିଭାଗୀୟ ବିଦ୍ୟାଳୟ ଓ ଛାତ୍ରୀନିବାସରେ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଥିବା ନିେର୍ଦଶାବଳୀ ସଂପର୍କରେ ପ୍ରଧାନଶିକ୍ଷକ, ପ୍ରଧାନ ସେବିକା, ସହାୟକ ପରିଚାଳକ, ଜିଲ୍ଲା ସଂପ୍ରସାରଣ ଅଧିକାରୀ, ଏଏନ୍ଏମଙ୍କୁ ତାଲିକା ପ୍ରଦାନ କରାଯାଇଛି। ଛାତ୍ରୀମାନଙ୍କ ପାଇଁ ୧୦୦୦ ହଟ୍ ଲାଇନ୍ ଟେଲିଫୋନ ସେଂଯାଗଠାରୁ ଆରମ୍ଭ କରି ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଆଦି ସରକାର େନଇଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ତାଙ୍କ ବିବୃତି ଜରିଆରେ ସୂଚାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/jagannath-saraka.jpg)