ବାରିପଦା: ମୟୂରଭଂଜ ଜିଲ୍ଲା ବାରିପଦାରେ ସୋମବାର ବନ ବିଭାଗ ହେପାଜତରେ ଥିବା ଜଣେ ଶିକାରୀ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ଚମ୍ପଟ ମାରିଛି। ଅଭିଯୁକ୍ତ ଶିକାରୀ ହେଲା ଡୁକୁରା ରେଞ୍ଜ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି। ସେ ରବିବାର ଦିନ ଅନ୍ୟ ୨ ଶିକାରୀଙ୍କ ସହିତ ଗିରଫ ହୋଇଥିଲା। ରୂପାୟା ଅସୁସ୍ଥ ଥିବାରୁ ବନ ବିଭାଗ ତାର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲା।

Advertisment

ସୂଚନା‌ ଅନୁସାରେ ଗତ ଶନିବାର ଦିନ ବନ ବିଭାଗ ୩ ଜଣ ଶିକାରୀକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବାଘ ଛାଲ ଜବତ କରିଥିଲା। ଗିରଫ ଶିକାରୀମାନଙ୍କ ମଧ୍ୟରେ ରୂପାୟା ମଧ୍ୟ ସାମିଲ ଥିଲା। ରୂପାୟା ଅସୁସ୍ଥ ଥିବାରୁ ବନ ବିଭାଗ ତାକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ନେଇଥିଲା।

publive-image

ତେବେ ଚିକିତ୍ସାଧୀନ ଅବସ୍ଥାରେ ରୂପାୟା ଉପସ୍ଥିତ ମେଡିକାଲ ଓ ବନବିଭାଗର କର୍ମଚାରୀଙ୍କ ଆଖି ଆଗରୁ ଖସିଯାଇଥିଲା। ଏହି ଘଟଣା ପରେ ବାରିପଦା ଉପଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଟାଉନ୍‌ ପୁଲିସ ଥାନାରେ ଅଭିଯୋଗ କଲା ପରେ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ନେଇ ଡିଏଫ୍‌ଓ ଦାୟିତ୍ବରେ ଥିବା ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମାମଲା ରୁଜୁ କରି ଟାଉନ୍‌ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି।

publive-image

ସୂଚନାଯୋଗ୍ୟ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଥିଲା। ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିଲା। ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ ଜିଲ୍ଲା ବହଳଦା ଗାଁରେ ଚଢ଼ାଉ କରିଥିଲେ। ବାରିପଦା ବନ ବିଭାଗ, ଶିମିଳିପାଳ ବନ ବିଭଗ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଥିଲା।