ଭୁବନେଶ୍ବର: କରୋନା ଭୂତାଣୁର ମୁକାବିଲା ପାଇଁ ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । କରୋନା ଭୂତାଣୁ ନେଇ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ରହିଛି ଓ ଯଦି କରୋନା ଲକ୍ଷଣ କାହାଠାରେ ଦେଖାଦିଏ ତେବେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ।
ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଆଜି ସୁଦ୍ଧା ୧୨ଟି ଦେଶରୁ ୪ ହଜାର ୫୬୫ ସମ୍ଭାବ୍ୟ ସଂକ୍ରମଣ ସୂଚନା ଆସିଛି । କେବଳ ଚୀନରେ ୧୦୬ ଜଣ ମରିଛନ୍ତି । ୯୮ ପ୍ରତିଶତ ମୃତ୍ୟୁ ଖବର ଚୀନରୁ ଆସିଛି । ପୁଣି ଅଧିକାଂଶ ଉହାନ ସହରରୁ । ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି । ଏହାବ୍ୟତୀତ ଅଧିକ କିଛି ମିଳିଲାନାହିଁ । କୌଣସି ଔଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫେରନ୍ସିଂ ମାଧ୍ୟମରେ କଥା ହୋଇଥିଲେ । ସମସ୍ତ ଜିଲ୍ଲାର ସିଡିଏମ୍ଓମାନଙ୍କୁ ସଚେତନ କରାଯିବା ପରେ ସେମାନେ ଅନ୍ୟମାନଙ୍କୁ ସଚେତନ କରିବେ। ତେବେ ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍ ନାହିଁ। ଆସନ୍ତା ୧ରୁ୨ସପ୍ତାହ ମଧ୍ୟରେ ଆର୍ଏମ୍ଆର୍ସିରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।
ସେପଟେ ଚୀନରେ ଦେଖା ଦେଇଥିବା କରୋନା ଭୂତାଣୁ ସଂକ୍ରମଣରେ ଗଲାଣି ୧୦୬ ଜୀବନ । ପ୍ରାୟ ୨୮ ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଗତକାଲି କେବଳ ୧୩ ଶହ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ କେରାନା ଭାଇରସ ସନ୍ଦେହରେ ରାମମନହୋର ଲୋହିଆ ମେଡିକାଲରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି । ଭୟଙ୍କର ଭାବେ ବ୍ୟାପି ଚାଲିଥିବା ଏହି ଭୂତାଣୁର ସଂକ୍ରମଣକୁ ଦେଖି ଚିନ୍ତାରେ ପଡିଛନ୍ତି ଭାରତ ସରକାର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/cdmo.jpg)