ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି ମାଥିଲି ଅଂଚଳରେ ଅଜଣା ରୋଗରେ ପଡ଼ି ଗ୍ରାମବାସୀ ପ୍ରାଣ ହରାଉଥିବା ବେଳେ ଗ୍ରାମବାସୀମାନେ ଅତ୍ଯାଧିକ ମଦ୍ୟପାନ କରୁଥିବାରୁ ସେମାନଙ୍କ ମୃତ୍ଯୁ ହେଉଥିବା ଅନୁମାନ କରୁଛି ସ୍ବାସ୍ଥ୍ୟ ବିଭାଗ। ଗତକାଲି ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଦଳ ମାଥିଲି ହଳଦୀକୁଣ୍ଡ ଅଞ୍ଚଳ ଗସ୍ତ କରି ଗ୍ରାମବାସୀଙ୍କ ରକ୍ତ, ଖାଦ୍ଯ ଓ ପାଣି ସହ ମଦର ମଧ୍ଯ ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟ ବିଭାଗ।
ସେହିପରି ଅବକାରୀ ବିଭାଗ ପକ୍ଷରୁ ମଧ୍ଯ ଏକ ସ୍ବତନ୍ତ୍ର ଟିମ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ମଦ ନମୁନା ସଂଗ୍ରହ କରିଥିବା ଜଣା ପଡ଼ିଛି। ହଳଦୀକୁଣ୍ଡା ସମେତ ଆଖପାଖ ଗାଁରେ ୮ ଦିନ ମଧ୍ଯରେ ୧୨ ଗ୍ରାମବାସୀ ମୃତ୍ଯୁବରଣ କରିଥିବା ବେଳେ ମଦ୍ଯପାନ ଯୋଗୁ ୪ ଓ କିଡିନିଜନିତ ରୋଗରେ ପଡ଼ି ଜଣେ ପ୍ରାଣ ହରାଇ ଥିବା ନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ।
ଅତ୍ଯଧିକ ମଦ୍ଯପାନ ଯୋଗୁ ପ୍ରାଣ ହରାଉଛନ୍ତି ଗ୍ରାମବାସୀ: ମାଲକାନଗିରି ସିଡିଏମଓ
/sambad/media/post_attachments/wp-content/uploads/2022/09/malkanagiri-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)