ହରଭଙ୍ଗା: ବୌଦ୍ଧ ଜିଲ୍ଲା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ସଙ୍କରଡା ଗ୍ରାମରେ ପ୍ରଫୁଲ ଗ୍ରହଚାର୍ଯ୍ୟ (୫୪) ନାମକ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତିଙ୍କୁ କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତାଙ୍କ ପତ୍ନୀ କଟକରୁ ଘରକୁ ଫେରାଇ ଆଣିଥିଲେ।ମାତ୍ର ଉପଯୁକ୍ତ ଚିକିତ୍ସା ନପାଇ ସେ ଘର ବିଛଣାରେ ପଡି ଯନ୍ତ୍ରଣାରେ ସେ ଛଟପଟ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ଅଭୟ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଧ୍ୟାନ୍ନରେ ଆଡେନିଗଡ଼ ସିଏଚସିରୁ ଡଃ ରବୀନ୍ଦ୍ର ନାଥ ସ୍ୱାଇଁ, ଫାର୍ମାସିଷ୍ଟ ତପନ ବାଘ ଏବଂ ସ୍ଥାନୀୟ ଏଏନଏମ ସଙ୍କରଡା ଗ୍ରାମକୁ ଯାଇ ପ୍ରଫୁଲଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।
ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ଅଭୟଦାସ ଙ୍କୁ ପଚରା ଯିବାରୁ ମୁଁ ସେହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଆସିବା ପାଇଁ ଏକ ଟିମକୁ ପଠାଇଛି। ସେମାନେ ମୋତେ କାଲି ରିପୋର୍ଟ ଦେବାପରେ ତାକୁ ଦୃଷ୍ଟିରେ ରଖି ତାଙ୍କୁ କ୍ୟାନସର ହସ୍ପିଟାଲକୁ ପଠାଇ ମାଗଣାରେ କିପରି ଚିକିତ୍ସା ହୋଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜରୁରୀକାଳୀନ ଭିତ୍ତିରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/234553af-12e9-4bf5-9a0b-7c0a3bc64aa4.jpg)