ନବରଙ୍ଗପୁର: ଚଳିତ ମାସର ଦରମାକୁ ନେଇ ସରକାରୀ କାର୍ଯ୍ୟାଳୟରେ ପାଟି ତୁଣ୍ଡ। ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ତଳକୁ ଗଡାଇଦେଇଛନ୍ତି ଅଧିକାରୀ। ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପର ଜିଲ୍ଲା ଡାବୁଗାଁ ସମନ୍ବୀତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ। ଉକ୍ତ ଭିଡିଓ ରେ ଡାବୁଗାଁ ସିଡିପିଓ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ ବୟସ୍କ କିରାଣି ସନ୍ତୋଷୀ ମିଶ୍ରଙ୍କୁ ସିଡିପିଓ ଓଫିସରୁ ବାହାରିଯିବା ପାଇଁ କହିବା ସହ ତାଙ୍କୁ ଧକ୍କା ମରାଯାଉଛି। ଚୌକିକୁ ଠେଲିଦେବା ଫଳରେ ବରିଷ୍ଠ କିରାଣି ନିଜ ସିଟ୍‌ରୁ ତଳକୁ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ।

Advertisment

ସନ୍ତୋଷ କୁମାରୀ ମିଶ୍ର ନିଜ ପ୍ରତିକ୍ରିୟା କହିଛନ୍ତି ଗତ ମାସର ଇଏଲ ଦରମା କରିବାକୁ ନେଇ ସେ ସିଡିପିଓଙ୍କୁ କହିଥିଲେ। ସିଡିପିଓ ଗୀତାଞ୍ଜଳି ମହାରଣା ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଅଫିସରୁ ପଳାଇଯିବା ପାଇଁ କହି ତାଙ୍କୁ ଧକ୍କା ମାରିଥିଲେ। ପୂର୍ବରୁ ଧମକ ଚମକ ଦେଉଥିବା ବେଳେ ଏବେ ମାଡ଼ ମାରିଲେ। ଦରମା କରୁନାହାନ୍ତି। କହିଲେ ମୋତେ ମାଡ଼ ମାରୁଛନ୍ତି। ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଛନ୍ତି।

publive-image

ଏହି ଘଟଣା ସଂକ୍ରାନ୍ତରେ ସିଡିପିଓ ଗୀତାଞ୍ଜଳୀ ମହାରଣା ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ସେ ଦରମା କାହିଁକି ହୋଇନି ବୋଲି ଶୁକ୍ରବାର ଅଫିସର କନିଷ୍ଠ କିରାନିଙ୍କୁ ପାଟିତୁଣ୍ଡ କରିଥିଲେ। କିରାଣିମାନେ ୧୭ ତାରିଖ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିଥିଲେ। ସରକାରଙ୍କ ଅନୁମତି ଆସିବା ପରେ ସେ ଅନୁଯାୟୀ ଦରମା ହେବ ବୋଲି ଦରମା କରାଯାଇନଥିଲା। ଆଜି ୧ଟା ଏ ବେଳେ ପୁଣି ଦରମାକୁ ନେଇ ପାଟି ତୁଣ୍ଡ କରିଥିଲେ। ପାଟି କାହିଁକି କରୁଛ ଏଠି ସେକ୍ଟର ମିଟିଂ ଚାଲିଛି। ପାଟି କରିବାକୁ ଥିଲେ ବାହାରକୁ ଚାଲିଯାଓ ବୋଲି କହିଥିଲି। ତଥାପି ଶୁଣିନଥିଲେ। ସେ ସବୁବେଳେ କାମରେ ଅବହେଳା କରନ୍ତି। ତାଙ୍କୁ ଅଫିସର କୌଣସି କାମ ଦିଆଯାଉନି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଜଣାଯାଇଛି ଓ ବହୁଥର ଅଭିଯୋଗ କରାଯାଇଛି । ତାଙ୍କୁ ଧକ୍କା ଦିଆଯାଇନି। ପାଟି ନକରି ଚେୟାରରୁ ଉଠିବା ପାଇଁ କହି ଚେୟାରକୁ ଟାଣିଲି ବୋଲି କହିଛନ୍ତି।