ବେକାର ଯୁବକଯୁବତୀଙ୍କୁ ଶିଳ୍ପ ଗଢ଼ି ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଉଛନ୍ତି ତ୍ରିଲୋଚନ
ଆଜି ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରୁଥିବା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରୀତି ଏଣ୍ଟରପ୍ରାଇଜର୍ସ ସଂସ୍ଥାର ମୁଖ୍ୟ ତ୍ରିଲୋଚନ ସାହୁ ଅନ୍ୟତମ। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି)ର ସଫଳ ପ୍ରଚାରପ୍ରସାର ସହ କାର୍ଯ୍ୟକାରୀ କରାଇବାରେ କାର୍ଯ୍ୟରତ ଏହି କମ୍ପାନି ବେକାର ଯୁବକ/ଯୁବତୀମାନଙ୍କୁ ବିଭିନ୍ନ ଅଞ୍ଚଳରେ ଏକତ୍ରିତ କରି ସେମାନଙ୍କ ମଧ୍ୟରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ସୃଷ୍ଟି କରିଆସୁଛି।
ଏହାଛଡ଼ା ସମ୍ବାଦପଦ୍ର ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପିଏମ୍ଇଜିପି ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇ ଆସୁଛି। ପିଏମ୍ଇଜିପିରେ ସବ୍ସିଡିଯୁକ୍ତ ଋଣ ପାଇବା ପାଇଁ ଏହି ସଂସ୍ଥା ବିନା ପଇସାରେ ଲୋକମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ଫର୍ମପୂରଣ କରିଦେଇଥାଏ। କିଭଳି ସହଜରେ ସେମାନେ ଋଣ ପାଇପାରିବେ, ସେଥିପାଇଁ ପୂରା ସାହାଯ୍ୟ କରିଥାଏ। ଏହାସହ ଋଣ ପାଉଥିବା ଲୋକମାନଙ୍କୁ ଉଚିତ ମୂଲ୍ୟରେ ଦେଶର ବିଭିନ୍ନ ଶିଳ୍ପାଞ୍ଚଳରୁ ମେସିନ୍ ଆଣି ଯୋଗାଇ ଦେଇଥାଏ। ମେସିନ୍ ଚଳାଇବା ପାଇଁ ତାଲିମ୍ ସହ ବର୍ଷା ସାରା ସେବା ମଧ୍ୟ ଯୋଗାଇ ଦେଇଥାଏ। ଉଦ୍ୟୋଗୀମାନଙ୍କର କେତେକ ଉତ୍ପାଦକୁ କମ୍ପାନି ମଧ୍ୟ ନିଜେ ନେଇ ବଜାରରେ ବିକ୍ରି କରିଥାଏ। ଏହାଦ୍ବାରା ଉଦ୍ୟୋଗୀମାନଙ୍କର ମନୋବଳ ବଢ଼ିଥାଏ। ସାରା ଓଡ଼ିଶାରେ କମ୍ପାନିର ବିଭନ୍ନ ମେସିନ୍ ଲୋକମାନେ ନେଇ ଉପକୃତ ହୋଇ ଆସୁଛନ୍ତି। ତା’ ଛଡ଼ା ଜଣେ ଲୋକ ଯଦି ନିଜ ପଇସା ଖଟେଇ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ହେଉଛନ୍ତି, ସେମାନଙ୍କୁ ମଧ୍ୟ କମ୍ପାନି ମେସିନ୍ ଯୋଗାଇବା ସହ କଞ୍ଚାମାଲର ବ୍ୟବସ୍ଥା କରିଦେଇଥାଏ। ଏହାଦ୍ବାରା ଅନେକ ଯୁବକ/ଯୁବତୀ ବାହାରକୁ ଦାଦନ ଖଟିବାକୁ ନ ଯାଇ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି। କରୋନାର ତାଣ୍ଡବ ମଧ୍ୟ ଲୋକମାନଙ୍କୁ ଏକ ବଡ଼ ଶିକ୍ଷା ଦେଇସାରିଛି। ବାହାରକୁ ଯାଇ ସଂକ୍ରମିତ ହେବା ଅପେକ୍ଷା ନିଜ ଇଲାକାରେ ରହି ନିଜକୁ ରୋଜଗାରକ୍ଷମ କରିବା ସହ ନିଜ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିପାରିବା।
କମ୍ପାନି ଏହି ପାଞ୍ଚ ବର୍ଷ ମଧ୍ୟରେ ଫ୍ଲାଏ ଆସ୍ ଇଟା ମେସିନ୍ଠାରୁ ଆରମ୍ଭ କରି ମସଲା, ବଡ଼ି ପାମ୍ପଡ଼, ପେପର୍ ପ୍ଲେଟ୍, ଅଗରବତି, ଲୁହା କଣ୍ଟା, ସାନିଟାରି ନାପକିନ୍, ଧାନ କଳ, ଅଟା କାଳ ଓ ଖାଦ୍ୟ ପ୍ରକ୍ରିୟାକରଣରେ ଚାଓମିନ୍, କୁରକୁରି, ବେକେରୀ, ଆଇସକ୍ରିମ୍, ସୋରିଷ ପେଡ଼ା, ସୋୟାବିନ୍ ବଡ଼ି, ପନିର୍, କ୍ଷୀର ପ୍ରକ୍ରିୟାକରଣ ଇତ୍ୟାଦି ଆହୁରି ଅନେକ ମେସିନ ଯୋଗାଇ ଦେଇ ଏ ପର୍ଯ୍ୟନ୍ତ ୨ହଜାର ଲୋକଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛି।
ସୂଚନାଯୋଗ୍ୟ, ପ୍ରୀତି ଏଣ୍ଟରପ୍ରାଇଜର୍ସ ୯୦୦୧: ୨୦୧୫ ସାର୍ଟିଫିକେଟ୍ପ୍ରାପ୍ତ ଏକ ଅଗ୍ରଣୀ ସଂସ୍ଥା। ଏହି ସଂସ୍ଥା ୨୦୧୯ ମସିହାରୁ ତ୍ରିଲୋଚନ ସାହୁଙ୍କ ତତ୍ତ୍ବାବଧାନରେ ଦୀର୍ଘ ୫ ବର୍ଷ ଧରି କାମ କରି ଆସୁଅଛି।