ମାଲକାନଗିରି: ରାଜ୍ୟରେ ରାଜଧାନୀଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦୁର୍ନୀତି ହେଉଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଆଜି ବି ଲୋକେ କାମଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଛନ୍ତି। ନିଜର ଚାରିପଟେ କଣ ଘଟୁଛି ସରକାର ନିଜେ ପ୍ରଥମେ ଜାଣିବା ଦରକାର, ପରେ ନିଜର କାମ ନିଜେ କରନ୍ତୁ। ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନହୋଇ ରାଜଧର୍ମ ପାଳନ କରନ୍ତୁ ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହ୍ବାନ କରିଛନ୍ତି। ସ୍ଥାନୀୟ ଡିଏନ୍କେ ପଡିଆରେ ମାଲକାନଗିରି ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଅପରାଜିତା କହିଲେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ବସୁଥିବା ସ୍ଥାନଠାରୁ ୨୦ କିଲୋମିଟର ଦୂରରେ ତାମିଲନାଡ଼ୁର ଜଣେ ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବଦରଖଲ କରିଛନ୍ତି। ଓଡ଼ିଶାବାସୀଙ୍କ ଜମିକୁ ଜବରଦଖଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାହାଙ୍କୁ ସହଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ରାଜଧାନୀରେ ଏଭଳି ଜବରଦଖଲ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ସ୍ଥିତି କଣ ରହିଥିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମାଲକାନଗିରି ଜିଲ୍ଲାର ୭୫ ପ୍ରତିଶତ ଲୋକେ ଶ୍ରମିକ ଓ ଚାଷୀ ଅଟନ୍ତି। ରୋଜଗାର ସୁଯୋଗ ନଥିବାରୁ ପରିବାରକୁ ଛାଡ଼ି ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାରେ ଶିଳ୍ପ କେନ୍ଦ୍ରର ପ୍ରତିଷ୍ଠା କିମ୍ବା ଛୋଟ ଛୋଟ ଶିଳ୍ପ ବିକାଶ କରିଥିଲେ ଲୋକେ ବାହାରକୁ ଯାଇ ନଥାନ୍ତେ। ଜିଲ୍ଲାର ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନ ସୁବିଧା ନାହିଁ।
ମାଲକାନଗିରି ବିକାଶ ପରିଷଦ କାର୍ଯ୍ୟକ୍ରମରେ ଯୋଗଦାନ
ମୁଖ୍ୟମନ୍ତ୍ରୀ ବସୁଥିବା ସ୍ଥାନଠାରୁ ୨୦ କିମି ଦୂରରେ ୧୫୦ ଏକର ଜମି ଜବଦରଖଲ କରିଛନ୍ତି ତାମିଲନାଡ଼ୁ ମହିଳା
ଯାହାଫଳରେ ଲୋକେ ବର୍ଷକୁ ଦୁଇଥର ବଦଳରେ ଗୋଟିଏ ଥର ହିଁ ଚାଷ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ବି ଜିଲ୍ଲା ବହୁ ପଛରେ ରହିଛି, ଏଠାରେ ବିଏଡ୍ କଲେଜ ନିର୍ମାଣ ହୋଇ ୫ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଜିଲ୍ଲାରେ ମହିଳାଙ୍କ ସାକ୍ଷରତା ହାର କମ ରହିଥିବା ବେଳେ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ଓ କୁପୋଷଣ ହାର ବଢ଼ିବାରେ ଲାଗିଛି। ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର, ଷ୍ଟାଫ ନର୍ସ ଭଳି ବହୁ ପଦବି ଖାଲି ପଡ଼ିଛି। ମିସନ ଶକ୍ତି ନାଁରେ ମହିଳାଙ୍କୁ ନେଇ ଗ୍ରୁପ୍ କରାଯାଉଛି କିନ୍ତୁ ସମସ୍ତ ମହିଳାଙ୍କୁ କାମ ଯୋଗାଇପାରି ନାହାନ୍ତି ସରକାର। ସେହିପରି ରାଜ୍ୟ ବାହାର ଠିକାଦାରଙ୍କୁ କାମ କରିବାର ସୁଯୋଗ ଦିଆଯାଉଛି। ତେଣୁ ଜିଲ୍ଲାରେ ଆଖି ଦୃଶିଆ ବିକାଶ ହୋଇପାରିନାହିଁ ବୋଲି ଅପରାଜିତା କହିଛନ୍ତି।
ମାଲକାନଗିରି ଜିଲ୍ଲାର ନାଁ ରାମାୟଣ ଓ ମହାଭାରତରେ ଉଲ୍ଲେଖ ରହିଛି। ସୀତାକୁଣ୍ଡଠାରୁ ଆରମ୍ଭ କରି ପାଣ୍ଡବ ଅଜ୍ଞାତବାସ ସମୟ କାଟିବା ବିଷୟରେ ଏହି ସ୍ଥାନର ମହତ୍ବ ରହିଛି। ଏହି ପଦଯାତ୍ରାରେ ମାଲକାନଗିରି ବସଷ୍ଟାଣ୍ଡ ନିକଟରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସ୍ବାଗତ କରି ଡିଏନ୍କେ ପଡ଼ିଆ ପର୍ଯନ୍ତ ହୋଇଥିଲା। ସରକାର ଜିଲ୍ଲାକୁ ଯେତେ ଟଙ୍କା ଦେଉଛନ୍ତି ତାହାର ହିସାବ ଲୋକେ ମାଗିବା ପାଇଁ ଆହ୍ବାନ ଦେଇଥିଲେ। ମାଲକାନଗିରି ଜିଲ୍ଲା ବିକାଶ ସମିତିର ଆବାହକ ଇ ପ୍ରସାଦ ରାଓଙ୍କ ନେତୃତ୍ବରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଜୀବନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗୁରୁ ଚରଣ ମହାନ୍ତି, ନିଶିକାନ୍ତ ନାୟକ, ଏରା ପଡ଼ିଆମୀ, କୁନାଲ ମିଶ୍ର, ମନ୍ମଥ ମଲ୍ଲିକ, ଟୁଟୁ ପାଢ଼ୀ, ସସ୍ମିତା ପାତ୍ର, ବିଜୟ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/sfhffhhfs.jpg)