ଭୁବନେଶ୍ବର : ୟୁନାଇଟେଡ୍ ଷ୍ଟେଟ୍ସ-ଇଣ୍ଡିଆ ଏଜୁକେଶନାଲ୍ ଫାଉଣ୍ଡେସନ (ୟୁଏସ୍ଆଇଇଏଫ୍) ଚଳିତବର୍ଷ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ର. ସଚ୍ଚିଦାନନ୍ଦ ମହାନ୍ତିଙ୍କ ‘ଫୁଲ୍ବ୍ରାଇଟ୍-୭୫ ଷ୍ଟୋରି’କୁ ଲୋକଲୋଚନକୁ ଆଣି ଏହାର ୭୫ତମ ବାର୍ଷିକୀ ପାଳନ କରୁଛି। ଫୁଲ୍ବ୍ରାଇଟ୍ ହେଉଛି ୧୬୦ଟି ଦେଶର ସହଯୋଗରେ ଆମେରିକା ଆରମ୍ଭ କରିଥିବା ଏକ ଯୋଜନା। ଏଥିରେ ମେଧାବୀ ଓ କୃତୀ ଛାତ୍ରଛାତ୍ରୀ, କଳାକାର, ଶିକ୍ଷକ ଓ ସବୁ ପୃଷ୍ଠଭୂମିର ପେସାଦାରମାନଙ୍କୁ ପରସ୍ପର ଭିତରେ ଅଦଳବଦଳ କରିବାର ସୁଯୋଗ ଦିଆଯାଇଥାଏ। ପ୍ର. ମହାନ୍ତିଙ୍କୁ ଆମେରିକା ଯିବା ପାଇଁ ୧୯୯୦ରୁ ୨୦୦୪ ମଧ୍ୟରେ ଫୁଲ୍ବ୍ରାଇଟ୍ ଅନୁଦାନ ମିଳିଥିଲା।
ପ୍ର. ମହାନ୍ତି ହେଉଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶାର ପୂର୍ବତନ କୁଳପତି ଏବଂ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଓ ଇଂରାଜୀ ବିଭାଗର ମୁଖ୍ୟ। ଫୁଲ୍ବ୍ରାଇଟ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ ଉପରେ ତାଙ୍କର ବ୍ୟାପକ ଗବେଷଣା ‘ଇନ୍ ସର୍ଚ୍ଚ ଅଫ୍ ଓଣ୍ଡର: ଅଣ୍ଡର୍ଷ୍ଟାଣ୍ଡିଙ୍ଗ୍ କଲ୍ଚରାଲ୍ ଏକ୍ସଚେଞ୍ଜ - ଫୁଲ୍ବ୍ରାଇଟ୍ ପ୍ରୋଗ୍ରାମ୍ ଇନ୍ ଇଣ୍ଡିଆ’ ଶୀର୍ଷକରେ ଫୁଲ୍ବ୍ରାଇଟ୍ ପ୍ରୋଗ୍ରାମ୍ର ଅର୍ଦ୍ଧଶତବାର୍ଷିକୀ ପାଳନ ଅବସରରେ ୧୯୯୬ରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ଫୁଲ୍ବ୍ରାଇଟ୍ ପ୍ରୋଗ୍ରାମ୍ର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ର. ମହାନ୍ତିଙ୍କ କୃତିତ୍ବକୁ ସ୍ମରଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Prof-Sachidananda-Mohanty..jpg)