କଟକ : କଟକର ସାରଳା ଭବନରେ ଦୈନିକ ଖବର କାଗଜ ‘ସମାଜ’ର ୧୦୩ତମ ସ୍ବନକ୍ଷତ୍ର ଉତ୍ସବ ପାଳିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘ସମାଜ କେବଳ ଏକ ଖବରକାଗଜ ନୁହେଁ, ଏହା ଏକ ଅନୁଷ୍ଠାନ ବୋଲି କହିଛନ୍ତି। ଦୀର୍ଘ ୧୦ ଦଶନ୍ଧି ଧରି ‘ସମାଜ’ ଓଡିଶାର ସାମାଜିକ, ରାଜନୈତିକ ଜୀବନରେ ତାର ଗୁରୁତ୍ବ ବଜାୟ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ।
ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ କାର୍ୟ୍ୟକ୍ରମର ସଂଯୋଜନା କରିଥିବା ବେଳେ ‘ସମାଜ’ର ସମ୍ପାଦକ କାନନ ବିହାରୀ ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ‘ସମାଜ’ର ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଧନ୍ୟବାଦ ଦେଇଥିଲେ।